ସର୍ବଭାରତୀୟ ରାମଧୂନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ,କଟକକୁ ୨-୧ରେ ହରାଇ ସୁନାବେଡା ବିଜୟୀ

0 61

ସୁବର୍ଣ୍ଣପୁର: ଆଜି ୧୫ ତମ ସର୍ବଭାରତୀୟ ରାମଧୂନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଟକ ରୋବୋର୍ସ ଏଥଲେଟିକ କ୍ଳବ ଓ ଟିୱାଇସି ସୁନାବେଡ଼ା ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ମ୍ୟାଚ ରେ ସୁବର୍ଣ୍ଣପୁର ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଓ ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରି ଆୟୋଜକ ଓ ଖେଳାଳି ତଥା ଦର୍ଶକଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ କଟକ ଓ ସୁନାବେଡ଼ା ଦଳର ପ୍ରାୟୋଜକ , ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟା ଶରତ ମହାନ୍ତି, କୃଷ୍ଣ ବାଗ, ଦ୍ୱାରିକା ସାହୁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ସତ୍ୟ ନାରାୟଣ ରାଓ, ସନ୍ତୋଷ ପୂଜାରୀ, ରଞ୍ଜିତ ପଧାନ, ଭବାନୀ ପଟ୍ଟନାୟକ, ବଳରାମ ପଟ୍ଟନାୟକ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । କଟକ ଦଳକୁ ୨-୧ ରେ ପରାସ୍ତ କରି ସୁନାବେଡ଼ା ଟିୱାଇସି ଦଳ ବିଜୟୀ ହୋଇଛି । ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ଦଳର ସୁନାବେଡ଼ା ଦଳ ଖେଳାଳି ଗିଟୁ ଓରାମଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମୁଖ୍ୟ ରେଫରି ଭାବେ ସଲିଳ ବେହେରା, ଖେଳ ପରିଚାଳନା ଓ ପିଇଟି ଦିଲ୍ଲୀପ ରାଉତ୍‌, ପ୍ରଶାନ୍ତ ବେହେରା, ଓ ଫୋର୍ଥ ଅଫିସିଆଲ୍‌ ଭାବେ ଜୀତେନ୍ଦ୍ର ଥନାପତି ସହଯୋଗ କରିଥିଲେ । ପ୍ରଭୁ ଦାଶ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ମିଡ଼ିଆ ସଂଯୋଜାକ ମନୋରଂଜନ ତ୍ରିପାଠୀ ଅତିଥି ସ୍ୱାଗତ କରିଥିଲେ । ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ପଦ୍ମନାଭ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ସୋହୋମ ସାହୁ, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କ୍ଲବ୍‌ ସମ୍ପାଦକ ପୀୟୁଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କାର୍ଯ୍ୟ ପରିଚଳନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

nine − nine =