କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ

0 195

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କୃଷି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ । ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ ପରିବର୍ତ୍ତେ ଅଣ ଧାନ ଫସଲ କରିବା ପାଇଁ ସରକାରଙ୍କ ଦ୍ୱାରା ଫସଲ ବିବିଧି କରଣ ଯୋଜନା ବୃହତ ଉଠା ଜଳସେଚନ ଅଞ୍ଚଳରେ କାର୍ଯ୍ୟ କାରି କରଯାଇଛି । ଚାଷୀଙ୍କୁ ସଚେତନ କରିବା ସକାଶେ ଗୁମ୍ମା ଓ କାଶୀ ନଗର ବ୍ଳକରେ ଏହି ସଚେତନତା ରଥ ୫ ଦିନ ଧରି ବୁଲିବ ଓ ଚାଷୀଙ୍କୁ ସଚେତନତା କରାଇବ । ସହକାରୀ କୃଷି ନିର୍ଦ୍ଦେଶକ ସୁରଜ କୁମାର ପାତ୍ର, ଗୋଶାଣୀ ବ୍ଳକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଗୁମ୍ମା, ସହକାରୀ କୃଷି ଅଧିକାରୀ କାଶୀ ନଗର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସେକ୍ସନ ଅଫିସର ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 12 =