ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର

0 96

ସୋନପୁର : ସୋନପୁର ସଦର ବ୍ଲକ ଖାରୀ ଗ୍ରୀଡ୍‌ ଅନ୍ତର୍ଗତ ଦେଉଲି ଗ୍ରାମର ଗାଁ ମୁଣ୍ଡରେ ଏକ ବିପଦପୂର୍ଣ୍ଣ ମୁକୁଳା ଟ୍ରାନ୍ସଫର୍ମର ରହିଥିବା ଅଭିଯୋଗ ହୋଇଛି । ଏହା ରାସ୍ତା ପାର୍ଶ୍ୱରେ ଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଛୋଟ ଛୋଟ ପିଲାମାନେ ଯିବା ଆସିବା କରିବା ସହ ଖେଳକୁଦ କରିଥାନ୍ତି । ସେହିପରି ଏହି ରାସ୍ତା ଦେଇ ଅଞ୍ଚଳର ଗୃହପାଳିତ ପଶୁମାନେ ମଧ୍ୟ ଚରାବୁଲା କରୁଛନ୍ତି । ବର୍ଷା ଦିନ ହେଇଥିବାରୁ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଛି ଏବଂ ଟ୍ରାନ୍ସଫର୍ମର ତଳେ ଥିବା ବକ୍ସଟି ମେଳା ହୋଇରହିଛି । ଟ୍ରାନ୍ସଫର୍ମରଟି ମୁକୁଳା ଓ ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଏଠାରେ କେତେବେଳେ କେଉଁ ପ୍ରକାର ଅଘଟଣ ଘଟିବ କିଛି କୁହାଯାଇ ପାରିବ ନାହିଁ । ତେବେ, ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି

hiranchal ad1
Leave A Reply

Your email address will not be published.

8 + 17 =