ବାଲିଗୁଡା: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଏଫ/୧୨୭ ବାଟାଲିୟନ ଦ୍ୱାରା ଏକ ଜନସମ୍ପର୍କ ଶିବିର ଓ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଲଙ୍କାଗଡ଼ ଠାରେ ଆୟୋଜିତ ହୋଇଯାଇଛି । ଲଙ୍କାଗଡ, ତରଲାଙ୍ଗୀ, ଅର୍ଜୁନପୁର, ବରଂଗିଲି, ମୀନକେରି, ହଟିମୁଣ୍ଡା ତଥା ବାଣ୍ଡିକିନାଲ ଗାଁର ୫୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣାରେ ଔଷଧ, ସୋଲାର ଲାଇଟ, ଓ କମଳ ବଣ୍ଟନ ସହ ସ୍କୁଲ ପିଲାମାନଙ୍କୁ ଖେଳ କୁଦ ଉପକରଣ ତଥା ଗରିବ ଲୋକକୁ ବାସନ କୁସନ ଇତ୍ୟାଦି ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ୧୨୭ ବାଟାଲିୟନ ସିଆରପିଏଫର କମାଡେଣ୍ଟ ତଥା ବଟାଲିୟନର ଅନ୍ୟ କର୍ମୀ, ଲଙ୍କାଗଡ ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କମାଡେଣ୍ଟ ପ୍ରକାଶ କରିଛନ୍ତି ।