ଷୋଡ଼ଶୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

0 113

ସୁବର୍ଣ୍ଣପୁର :ସୋନପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଛି ଆଜି ଷୋଡ଼ଶୀ ( ତ୍ରିପୁରା ସୁନ୍ଦରୀ ) ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ସହରର ସର୍ବ ପୁରାତନ ମା’ ଭଗବତୀଙ୍କ ପୀଠରେ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ । ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ବେଶ ରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା । ତେବେ ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଥିବା ପୌରାଣିକ ବିଷୟ କ୍ରମେ “ପିଣ୍ଡଜପ୍ରବରାରୂଢା ଚଣ୍ଡକୋପାସ୍ତ୍ରକୈର୍ୟୁତା ।
ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା’ । ମାତା ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ଚନ୍ଦ୍ରଘଣ୍ଟା । ନବରାତ୍ରି – ଉପାସନାର ତୃତୀୟ ଦିନ ତାଙ୍କ ବିଗ୍ରହର ପୂଜା ଆରାଧନା କରାଯାଏ । ମାତାଙ୍କର ଏହି ସ୍ୱରୂପ ପରମ ଶାନ୍ତିଦାୟକ ଓ କଲ୍ୟାଣକାରୀ ଅଟେ । ଏହାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ବିରାଜିତ ହୋଇଥିବାରୁ ଏହାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କର ଦେହର ରଙ୍ଗ ସୁନା ପରି ଉଜ୍ଜ୍ୱଳ । ସେ ଦଶଭୂଜା, ଦଶଭୁଜରେ ଖଡ୍‌ଗ ଆଦି ଶସ୍ତ୍ର ଓ ନାନା ଦି ଅସ୍ତ୍ର ବିଭୂଷିତା । ସେ ସିଂହବାହିନୀ ଓ ଯୁଦ୍ଧ ନିମନ୍ତେ ଉଦ୍ୟତ ମୁଦ୍ରାରେ ବିରାଜିତ । ତାଙ୍କର ଘଣ୍ଟାମାନଙ୍କର ଭୟାନକ ପ୍ରଚଣ୍ଡ ଧ୍ୱନିରେ ଅତ୍ୟାଚାରୀ ଦାନବ ଦୈତ୍ୟ ରାକ୍ଷସମାନେ ସର୍ବଦା ପ୍ରକମ୍ପିତ ହେଉଥାନ୍ତି । ମାଁଙ୍କର ଏହି ବେଶକୁ ଦେଖିବା ପାଇଁ ଦୁରଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହି ସମଗ୍ର ଅଷ୍ଟ ଚଣ୍ଡୀଙ୍କ ପୀଠ ଲୋକାରଣ୍ୟ ଜଣାପଡିଛି । ସ୍ଥାନୀୟ ଗଡଭିତର ସ୍ଥିତ କନକଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ଦିବ୍ୟ ଆଳତି ସହ ବିଭିନ୍ନ ନୀତିକାନ୍ତି ସହ ମାଁ କନକଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଛି । ସେପଟେ ସହରର ଥନାପତି ପଡାରେ ମଧ୍ୟ ମାଁଙ୍କ ନବରାତ୍ରୀ ପୂଜା ଧୁମଧାମରେ ଚାଲିଛି ।

hiranchal ad1
Leave A Reply

Your email address will not be published.

16 − six =