“ଭିଜନ’ର ତୃତୀୟ ଆଲୋଚନାରେ ଯୋଗଦେଲେ ଜିଲ୍ଲାର ସମସ୍ତ ସରପଞ୍ଚ

0 55

ନବରଙ୍ଗପୁର: ଭିଜନ, ନବରଙ୍ଗପୁରର ତୃତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକର ସରପଞ୍ଚମାନେ ଯୋଗ ଦେଇଥିଲେ । ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ଭିଜନ, ନବରଙ୍ଗପୁର ଜିଲା ବିକାଶର ଏକ ଦୃଷ୍ଟିଭଙ୍ଗୀର ପ୍ଲାଟଫର୍ମ ବୋଲି କହିଥିଲେ । ଜିଲା ପ୍ରଶାସନ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ବିକାଶ ହୋଇପାରିବ । ସରପଞ୍ଚଙ୍କ ଅଭିଜ୍ଞତା, ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟ ସଂପର୍କରେ ଗୁରୁତ୍ୱ ଦେଇଥିଲେ । ସରପଞ୍ଚମାନେ ତୃଣମୂଳସ୍ତରରୁ ଆସିଛନ୍ତି । ସେମାନେ ସମସ୍ୟା ସମ୍ପର୍କରେ ସଚେତନ ଅଛନ୍ତି । ତେବେ ସମସ୍ୟାର ସମାଧାନ ଉପରେ ଧାରଣା ନାହିଁ । ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ ବୋଲି କହିଥିଲେ । ଲୋକଙ୍କ ସମସ୍ୟାର ସମାଧାନ ଉଦ୍ୟମ କରି ଭଲ କରିବାର ବାଟ ଖୋଜିବାକୁ ପରାମର୍ଶ ଦେଇଥିଲେ । ସରପଞ୍ଚ ସେମାନଙ୍କର ଅଞ୍ଚଳରେ ହେଉଥିବା ଉନ୍ନୟନ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେବା ସହିତ ଭିଜନ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଜିଲାର ବିକାଶର ଆଶା, ଚିନ୍ତାଧାରାର ସ୍ୱପ୍ନ ଭିଜନ ମାଧ୍ୟମରେ ପୁରା ହେବ । ସରପଞ୍ଚ ମାନେ ନିଜ ପଞ୍ଚସୂତ୍ରୀ କାମ କରି ନାଁ କୋରିବାକୁ ପରାମର୍ଶ ଦେଇଥିଲେ । ଜିଲାବାସୀଙ୍କର ଦୂରଦୃଷ୍ଟି ବିଚାର, ସ୍ୱପ୍ନକୁ ସାକାର କରିବା ପାଇଁ ଭିଜନର ପ୍ରୟାସ ଜାରି ରଖି ହେଲିପେଡ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ପର୍ଯ୍ୟଟନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି ବୋଲି କହିଥିଲେ । ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ବିକାଶ କାର୍ଯ୍ୟ ଚାଲିଛି । କେରଳ ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତରେ ବାର୍ଷିକ ୧୫ କୋଟି ପର୍ଯ୍ୟନ୍ତ ଆଦାୟ କରାଯାଉଛି । ଏଭଳି ଯୋଜନା ଏହି ଜିଲାର ସରପଞ୍ଚ ମାନେ ପଦକ୍ଷେପ ନେବାକୁ କହିଥିଲେ । ଜିଲା ପଂଚାୟତ ଅଧିକାରୀ ଶିଶିର କୁମାର ପାଣି ସରପଞ୍ଚଙ୍କର କାର୍ଯ୍ୟ ଓ ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଜିଲା ସରପଞ୍ଚ ସଙ୍ଘ ସଭାପତି ଜଳଧର ମାଝୀ ପ୍ରତି ପଞ୍ଚାୟତରେ ଜିମ କେନ୍ଦ୍ର, ଗୋଶାଳା ଖୋଲିବା, ପ୍ରତ୍ୟେକ ଶ୍ମଶାନରେ ପାଚେରୀ ନିର୍ମାଣ, ପିପିପି ମୋଡରେ ପର୍ଯ୍ୟଟନର ବିକାଶ, ଦୀପା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଅତିରିକ୍ତ ଏସପି ଡ଼ଃ ଚନ୍ଦ୍ର ଶେଖର ହୋତା ମଞ୍ଚସିନ ଥିଲେ । କୋଷଗୁମୁଡା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ତାଙ୍କର ବ୍ଲକର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସରପଞ୍ଚ ମାନେ ଜିଲାର ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ, ଆଡ଼ିବନ୍ଧ ନିର୍ମାଣ ଇତ୍ୟାଦି ସମ୍ପର୍କରେ ଅବଗତ କରାଇବା ସହିତ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲା ସରପଞ୍ଚ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ଭତରା ସରପଞ୍ଚମାନେ ଜିଲା ବିକାଶରେ ସହଭାଗୀ ହୋଇ କାମ କରୁଥିବା କହିଥିଲେ । ସାମ୍ବାଦିକ ଭାଗିରଥି ମଲ୍ଲିକ, ପ୍ରଭଞ୍ଜନ ତ୍ରିପାଠୀ ଜିଲାର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଭିଜନର ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ । ଆବାହକ ବିରେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ସହ-ସଂଯୋଜକ ରାମଚନ୍ଦ୍ର ଦଳେଇ ସହଯୋଗ କରିଥିଲେ । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓ ମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 5 =