ସମ୍ବଲପୁରୀ ଦିନ ପାଇଁ ରଙ୍ଗୋଲୀ, ଚିତ୍ରାଙ୍କନ ଓ ମେହେନ୍ଦୀ ପ୍ରତିଯୋଗିତା

0 98

ସମ୍ବଲପୁର: ପଶ୍ଚିମାଞ୍ଚଳବାସୀଙ୍କ ଅସ୍ମିତାର ଦିନ ଭାବେ ଧିରେଧିରେ ସମ୍ବଲପୁରୀ ଦିନର ଗ୍ରହଣୀୟତା ବଢିଚାଲିଛି । ଦୁଇବର୍ଷ କରୋନା ମହାମାରୀ କଟକଣା ପରେ ଚଲିତ ବର୍ଷ ପୁଣିଥରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଖୋଲା ମଂଚରେ ସମ୍ବଲପୁରୀ ଦିନ ପାଳିତ ହେବାକୁ ଯାଉଛି । ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ କୁ ୨୦୧୩ରୁ ସମ୍ବଲପୁରୀ ଦିନ ରୂପେ ପାଲନ କରାଯାଇ ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଗୁରୁ ବହିଦାର ସମ୍ବଲପୁରୀ ସାଧକ, କବି ଓ କଲାକାରମାନଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ଜୀବନ କାର୍ଯ୍ୟ କରିଥିଲେ । ଏଣୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ତାଙ୍କର ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କରିଆସୁଛି । ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁରୀ ଦିନର ଆୟୋଜନ ପାଇଁ ସମ୍ବଲପୁରର ବହୁ ସଂଗଠନ ଏବଂ ଅନୁଷ୍ଠାନ ମାନଂକୁ ଅନୁରୋଧ କରାଯାଏ । ଏବର୍ଷ ତମନ୍ନା ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁରୀ ଦିନ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାକୁ ତମନ୍ନା ଫାଉଣ୍ଡେସନର ସାଧାରଣ ସମ୍ପାଦକ ଆକାଶ ଶତପଥୀ ଓ ପଶ୍ଚିମାଞ୍ଚଳ ଏକତା ମଂଚ ର ସମ୍ବଲପୁରୀ ଦିନ ସଂଯୋଜକ ଡ. ପ୍ରମୋଦ ରଥ ଫିତା କାଟି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ପଶ୍ଚିମାଞ୍ଚଳ ଏକତା ମଂଚ ଅର୍ଥ ସଂଯୋଜକ ସୁବୋଧ ଦୋରା, ଭାଷା ସାହିତ୍ୟ ସଂଜୋଜିକା ପଂକଜିନୀ ମେହେର, ମହିଳା ସଂଯୋଜିକା କାନ୍ତି ମେହେର, ସମ୍ବଲପୁର ଶାଖା ସଂଯୋଜକ ଲଲିତ ମୋହନ ବେବର୍ତ୍ତା, ତମନ୍ନା ଫାଉଣ୍ଡେସନର ଭୋଲା ଶଂକର ମହତମ, ହେମନ୍ତ ଗହୀର, ସରୋଜିନି ବନଛୋର, ରେବତୀ ରାଉତ, ଭଗବାନ ସିକା ପ୍ରମୁଖ ସାମିଲ ହୋଇଥିଲେ । ସମ୍ବଲପୁରୀ ଦିନକୁ ସଫଳ କରିବା ପାଇଁ ଅତିଥିମାନେ ମତ ଦେଇଥିଲେ । ଫାଉଣ୍ଡେସନର ସଂସ୍ଥାପକ ସୁରେନ୍ଦ୍ର ବଗର୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ରଂଗୋଲି, ଚିତ୍ରାଂକନ ଓ ମେହେନ୍ଦି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ । ପ୍ରତିଯୋଗିତା ର ବିଭିନ୍ନ ବର୍ଗରେ କୁଲଦିପ ବର୍ମା, ଅଂଜଲି ରାଓ , ବନ୍ଦନା ପଣ୍ଡା ଓ ସୁଜାତା ବେହେରା ବିଚାରକ ଭାବେ ସାମିଲ ହୋଇଥିଲେ । ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କୁ ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ଆୟୋଜନରେ ବୁଦ୍ଧଦେବ ବଗର୍ତୀ, ଜ୍ୟୋତ୍ସାମୟୀ ବିଶି, ସୁକାନ୍ତ ବିଶ୍ୱାସ, ରାହୁଲ ଗୁପ୍ତା, ଦେବାଶିଷ ବେହେରା, ରାଜେଶ ସ୍ୱାଇଁ, ବଲରାମ ହୋତା, ଅମିତାଭ ମାଝି, ଜେମାଦେଈ ବଗର୍ତୀ ଓ ଆଲୋକ ସ୍ୱାଇଁ ଆଦି ସହଯୋଗ କରିଥିଲେ । ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗିମାନଂକୁ ଅଗଷ୍ଟ ଏକ ତାରିଖରେ ଜେଲ ଛକ ନିକଟରେ ଆୟୋଜିତ ହେବାକୁ ଥିବା ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ତମନ୍ନା ବଗର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 − two =