ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

0 65

ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ ମାଫିଆମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଅଛି । ସୂଚନା ଅନୁସାରେ ଗତ କିଛିଦିନ ଧରି ଏହି ବେଆଇନ କଫସିରଫ କାରବାର କମିଥିଲେ ମଧ୍ୟ ପୁଣି ଏହି କାରବାର ଆରମ୍ଭ ହୋଇଥିବା ପୁଲିସକୁ ଖବର ମିଳିଥିଲା । ଏଥିପାଇଁ ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକ କରିଦେଇଥିଲା । ପୁଲିସର ଟାର୍ଗେଟରେ ଅଭିଯୁକ୍ତ ରହିଥିବା ବେଳେ ଶେଷରେ ପୁଲିସ ପଞ୍ଝାରେ ପଡ଼ିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ପାଚେର ଓ ପଡ଼ିଆବାହାଲ ରାସ୍ତାରେ ବେଆଇନ ଭାବେ କଫସିରଫ ରଖିବା ସହ ବିକ୍ରୟ କରୁଥିବା ପାଚେର ଗ୍ରାମର ମନୁ ସାହୁ(୪୦)ଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ଠାରୁ ୧୧ ବୋତଲ କଫସିରଫ ଜବତ କରିଥିବା ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୩୧/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କେସ ତଦନ୍ତକାରୀ ଅଧିକାରୀ ଏଏସଆଇ ଗୋପାଳକୃଷ୍ଣ କୁମୁରା ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ଖପ୍ରାଖୋଲ ଥାନା ଅଞ୍ଚଳରେ ବେଆଇନ କଫସିରଫ କାରବାର ରୋକିବା ଏବଂ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − 7 =