ଆକାଂକ୍ଷା ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0 159

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ ‘ଆକାଂକ୍ଷା’ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସଂଗଠନର ସଭାନେତ୍ରୀ ଶ୍ରିମତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆଇନଜୀବୀ ଇତିଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ ଏବଂ ସରିତା ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ସୁଶ୍ରୀ ଶ୍ୱେତା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନର ସଂପାଦିକା ମିନାକୁମାରୀ ଟହଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ପୌରାଧ୍ୟକ୍ଷା ନିର୍ମଳା ସେଠୀ ଲିଙ୍ଗଗତ ସମାନତା ଓ ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ନିଜ ବକ୍ତବ୍ୟରେ ସମାଜରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଆକାଂକ୍ଷା’ର ଉନ୍ମୋଚନ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ କରକମଳରେ ହୋଇଥିଲା । ପରେ ବାଲେଶ୍ୱର ଜିଲ୍ଲାର ନୃତ୍ୟ ଗୁରୁ ସମାଜସେବୀ ଓ ସାଂସ୍କୃତିକ ସଂଗଠକ ଜ୍ୟୋତିର୍ମୟୀ ସାମଲଙ୍କୁ ‘ଆକାଂକ୍ଷା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିଲେ ସ୍ନିଗ୍ଧା ମିଶ୍ର । ଅନ୍ୟତମ ଅତିଥି ଉପଦେଷ୍ଟା ସ୍ୱର୍ଣ୍ଣପ୍ରଭା ପାଠୀ ଲିଙ୍ଗଗତ ସମାନତା ପାଇଁ ପ୍ରଯୁକ୍ତି ବିଦ୍ୟା ଓ ନୂତନତା, ଡ.କଲ୍ୟାଣୀ ମିଶ୍ର ମହିଳାମାନେ ଆଗକୁ ବଢିବା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବାଲ୍ୟ ବିବାହ ବନ୍ଦ କରିବାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ ଏବଂ ମହିଳା ଓ କନ୍ୟା ଶିଶୁମାନଙ୍କର ଝୋଟି ଓ ଭାଷଣ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ନିବେଦିତା ପଟନାୟକ ଓ ଅନୁଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ସାହୁ, ମୁରଲୀଧର ପରିଛା, ତ୍ରିପତି ପଣ୍ଡା,ବିଷ୍ଣୁ ପଣ୍ଡା,ମନୋଜ ପଣ୍ଡା,ଗୁରୁଜୀ ସରୋଜ ପଣ୍ଡା, କାଉନସିଲର ଜ୍ୟୋତି ଦାସ, ଧରିତ୍ରୀ ଶବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ସୁନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 7 =