ଚମ୍ପୁଆ: ଚମ୍ପୁଆ ସ୍ୱସ୍ଥ୍ୟ ବିଭାଗ ଓ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରିମୁଳି ପଂଚାୟତର ଟଡୁଆବାହାଳ ଠାରେ ଏକ ରକ୍ତହୀନତା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସିଏଚ୍ଓ ଲିଲିଲତା ବେହେରା, ଏଏନ୍ଏମ ପଦ୍ମିନୀ ମହାନ୍ତ, ଆଶା ଦିଦି ପ୍ରମିଳା ମହାନ୍ତ, ଅଙ୍ଗନୱାଡି ଶେବିକା ସାବିତ୍ରୀ ମାଝି ଓ ୱାର୍ଡମେମ୍ବର ଲକ୍ଷ୍ମୀ ମାଝୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୧୨୦ରୁ ଉଦ୍ଧ୍ୱର୍ ଲୋକଙ୍କର ରକ୍ତହୀନତା ପରୀକ୍ଷା କରିବା ସହିତ ଆଇରନ ବଟିକା ଦିଆଯାଇଥିଲା । ଏହା ସହିତ ପ୍ରଦର୍ଶନୀ ମାଧ୍ୟମରେ ଏହି ରକ୍ତହୀନତାକୁ ଦୂରେଇବା ପାଇଁ ଖାଦ୍ୟରେ ବିଭିନ୍ନ ପନିପରିବା ବ୍ୟବହାର ଓ ଗୁଣବତା ଉପରେ ସଚେତନ କରାଯାଇଥିଲା । ରକ୍ତହୀନତା ରୋଗୀ ମାନଙ୍କୁ ନିୟମିତ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯିବା ସହ ଉପଯୁକ୍ତ ଖାଦ୍ୟ ବ୍ୟବହାର ପାଇଁ ସୂଚନା ଦିଆଯାଇଥିଲା । ଟାଟାଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱସ୍ତିକ କୁମାର ନାଏ, ଚିନ୍ମୟ କୁମାର ବାରିକ ଓ ଜଗତ ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହାକୁ ସୂଚାରୁ ରୂପରେ ସଂପାଦନ କରିଥିଲେ ।