ଫୁଲବାଣୀ ବନଖଣ୍ଡ ସୌଜନ୍ୟରେ ୭୩ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ

0 123

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ସପ୍ତାହ-୨୦୨୨ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଫୁଲବାଣୀ ବନଖଣ୍ଡ ସୌଜନ୍ୟରେ ୭୩ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ପାଟିଲ୍‌ ଆଶିଷ ଈଶ୍ୱର ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ, କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ନରସିଂହ ମୀନା, ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ବନଖଣ୍ଡ ଅଧିକାରୀ ( କେନ୍ଦୁପତ୍ର ) ପତିତପାବନ ପରିଡ଼ା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍କାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅଶୋକ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରେ ପରେ ଏହି ଉପଲକ୍ଷେ ଏକ ବୈଠକର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ କହିଲେ ଯେ, ଆମର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାପାଇଁ ବୃକ୍ଷରୋପଣର ଅବଶ୍ୟକତା ରହିଛି ଏବଂ ରୋପଣ ମଧ୍ୟ କରାଯାଉଛି । କିନ୍ତୁ ସେଗୁଡ଼ିକର ଯତ୍ନ ନେବା ନିହାତି ଜରୁରୀ । ଆଉ ୬ ମାସ ପରେ ଗଛଗୁଡ଼ିକୁ ବଞ୍ଚିଥିବା ଅବସ୍ଥାରେ ସେ ଦେଖିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷଗୁଡ଼ିକର ଯତ୍ନ ନେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଏହି ଜିଲ୍ଲାକୁ ପ୍ରକୃତିର ଗନ୍ତାଘର ବୋଲି କହିଥିଲେ । ପ୍ରକୃତି ଆମକୁ ସବୁକିଛି ଦେଇଛି । ତେଣୁ ପରିବେଶକୁ ସବୁଜ ବନାନୀ କରିବା ସହିତ ସମ୍ମାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଫୁଲବାଣୀ ବନଖଣ୍ଡ ଅଧିକାରୀ ପରିବେଶ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଆମେ ଯତ୍ନ ନେବା ତେବେ ପ୍ରତ୍ୟେକ ଗଛ ବଞ୍ଚିବା ସହିତ ଶିଘ୍ରଶିଘ୍ର ବଢ଼ିପାରିବ । ପ୍ରତ୍ୟେକ ସାମାଜିକ ଜୀବନର ଗୋଟିଏ ଅଙ୍ଗ ହେଉଛି ବନ ମହୋତ୍ସବ । ବୃକ୍ଷ ମଣିଷ ସମାଜ ପାଇଁ ତା’ର ସବୁକିଛି ଉତ୍ସର୍ଗ କରିଦେଉଛି । ତା’ର ପ୍ରତ୍ୟେକଟି ମଣିଷର କାମରେ ଆସୁଛି ବୋଲି ସେ କହିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଲେଯେ, ଆମେ ଶ୍ୱାସକ୍ରିୟାରେ ଛାଡ଼ୁଥିବା ଅଙ୍ଗାରକାମ୍ଳକୁ କେବଳ ବୃକ୍ଷ ହିଁ ଗ୍ରହଣ କରିଥାଏ । ତେଣୁ ପରିବେଶ ସନ୍ତୁଳନ ପାଇଁ ବନୀକରଣର ଆବଶ୍ୟକତା ରହିଛି । ସେହିପରି ବନଖଣ୍ଡ ଅଧିକାରୀ (କେନ୍ଦୁ ଲିଫ୍‌) କହିଲେଯେ, ଜଙ୍ଗଲ, ଜଳ ଓ ଜଳବାୟୁର ସୁରକ୍ଷା ରାଷ୍ଟ୍ରର ଦାୟିତ୍ୱ ରହି ଥିଲେହେଁ । ଏଗୁଡ଼ିକର ସୁରକ୍ଷା ପାଇଁ ଯତ୍ନ ନେବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହେବା ଆବଶ୍ୟକ । ଜିଲ୍ଲା ଅଧିକାରୀ ମଣିଷ ବଞ୍ଚିବା ପାଇଁ ଯାହାବି ଆବଶ୍ୟକ ପଡ଼ିଥାଏ ତାହା ବୃକ୍ଷରୁହିଁ ମିଳିଥାଏ ବୋଲି କହିଥିଲେ । ଗଛ ନଥିଲେ ସମାଜର ସମ୍ଭାବି ନଥାନ୍ତା । ପ୍ରାଣୀ ମାନଙ୍କ ପରି ବୃକ୍ଷମାନଙ୍କର ପ୍ରତିକ୍ରିୟା ମଧ୍ୟ ରହିଛି ବୋଲି ସେ କହିଥିଲେ । ଅଧ୍ୟକ୍ଷ, କନ୍ଧମାଳ ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ବି.ଶଶିକଳା ଧନ୍ୟବାଦ ଦେଇଥିଲେ । ସେହିପରି ଛାତ୍ରୀ ଅନ୍ୱେଷା ମହାପାତ୍ର ବନୀକରଣର ଆବଶ୍ୟକତା ଉପରେ ବ୍ୟକ୍ତବ୍ୟ ରଖିଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଏହା ଉପରେ କବିତା ଆବୃତ୍ତି କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁତୁକୁମ୍ପା ରେଞ୍ଜ ଅନ୍ତର୍ଗତ ଦଳପଡ଼ା ବନ ସୁରକ୍ଷା ସମିତି ଓ ଟିକାବାଲି ରେଞ୍ଜ ଅନ୍ତର୍ଗତ ବାସିଅମ୍ବା ବନ ସୁରକ୍ଷା ସମିତି ପ୍ରତ୍ୟେକକୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five − 1 =