ପୁଣି ସକ୍ରିୟ କାଠ ମାଫିଆ, ୮ ଶାଳଗଣ୍ଡି ଜବତ

0 171

ଦଶପଲ୍ଲା : ଜଙ୍ଗଲରୁ ବେଆଇନ ଭାବେ ଅବାଧରେ ଗଛକାଟି ଚାଲାଣ ପାଇଁ ପୋଖରୀ ଭିତରେ ଲୁଚାଇ ରଖିଥିବା ୮ଟି ଶାଳ ଗଣ୍ଡିକୁ ଜବତ କରିଛି ବନବିଭାଗ | ଦଶପଲ୍ଲା ବନାଞ୍ଚଳ ଅଧୀନ ପୋଖରୀଗୋଛା ସେକ୍ସନର ଭୋଗବାଡ଼ି ନିକଟସ୍ଥ ଶୁଳିଆ ପୋଖରୀରୁ ଏସବୁ ଶାଳ ଗଣ୍ଡି ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମାଫିଆମାନେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ହାତକରି ଜଙ୍ଗଲରୁ ଗଛ କାଟିଥିଲେ। ଏସବୁ କାଠକୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରି ଗତ ପ୍ରାୟ ୪ ଦିନ ହେବ ପୋଖରୀ ଭିତରେ ଲୁଚାଇ ରଖାଯାଇଥିଲା | ଗତକାଲି ଖବରପାଇ ପୋଖରୀଗୋଛା ସେକ୍ସନ ବନପାଳ ଅଲୋକ କୁମାର ଗୁରୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ । କାଠ ରହିଥିବା ଜଣା ପଡ଼ିବା ପରେ ୮ଟି ଶାଳ ଗଣ୍ଠିକୁ ଉଦ୍ଧାର କରାଯାଇ ଜବତ କରାଯାଇଥିବା ବନପାଳ ଶ୍ରୀ ଗୁରୁ କହିଛନ୍ତି। ଜବତ କାଠ ୪୨ ଘନଫୁଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୫ରୁ ୫୦ ହଜାର ଟଙ୍କା ହେବ ବୋଲି ସେ କହିଛନ୍ତି।

hiranchal ad1
Leave A Reply

Your email address will not be published.

3 × four =