ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

0 224

ନବରଙ୍ଗପୁର:- ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ତାମିଲ ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ନବରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ଓ ଇଂରାଜୀ ବିଭାଗର ମିଳିତ ସହଯୋଗରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ୱାଳ ଯୋଗେ ଦେଇ ଭାରତର ସମସ୍ତ ଭାଷା ସଂପର୍କରେ ଅବଗତ ହେବା ସହିତ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ମନୋଭାବ ପୋଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଘାସିରାମ ବେହେରା ଭାରତୀୟ ଭାଷା ଦିବସ ପାଳନର ମହତ୍ତ୍ୱ ଏବଂ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ଼. ନନ୍ଦିତା ମିଶ୍ର ଭାଷାର ବିଭିନ୍ନ ଦିଗ ଓ ଓଡ଼ିଆ ଭାଷାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରିୟବ୍ରତ ସାହୁ ଓଡ଼ିଆ ଭାଷାର ଐତିହାସିକ ବିବର୍ତ୍ତନ ଧାରା ଓ ସାଂପ୍ରତିକ ଓଡ଼ିଆ ଭାଷାର ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ଡି. ଗୋବିନ୍ଦା ସଂଯୋଜନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ସଚିନ୍‌ କୁମାର ପଣ୍ଡା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 + seventeen =