ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

0 93

ପୁରୀ: ଆସନ୍ତା ନୂଆ ବର୍ଷରୁ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ ପାଇବେ ନୂଆ ଅନୁଭୂତି । ବହୁ ପ୍ରତିକ୍ଷୀତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ବର୍ଷ ଜାନୁଆରୀ ୧୭ରେ ଲୋକାର୍ପଣ ହେବ । ପ୍ରଥମେ ପ୍ରତିଷ୍ଠା ପୂଜା ହେବା ପରେ ଜାନୁଆରୀ ୧୭ ତାରିଖରେ ଏହା ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି । ଆଜି ଗଜପତି ମହାରାଜା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥଲେ । ତାଙ୍କ ସହ ପୁରୀ ଜିଲାପାଳ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱ ନେଇ ଥିବା ଟାଟା ଓ ଓବିସିସି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ବଲ୍ଲଭ ଯାଇଥିଲେ । ସେଠାରେ ନିର୍ମାଣ ହେଉଥିବା ତୀର୍ଥ ଯାତ୍ରୀ କେନ୍ଦ୍ରର ନିର୍ମାଣ ଅଗ୍ରଗତି ସମୀକ୍ଷା କରିଥିଲେ । ୨୩୦ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କାରେ ଏହି ବିଶାଳ ୫ ମହଲା ବିଶିଷ୍ଟ ତୀର୍ଥ ଯାତ୍ରୀ କେନ୍ଦ୍ର ନିର୍ମାଣ ହେଉଛି । ପୁରୀକୁ ଆସୁଥିବା ଭକ୍ତ ସିଧାସଳଖ ଶ୍ରୀ ସେତୁ ଦେଇ ଏହି ତୀର୍ଥ ଯାତ୍ରୀ କେନ୍ଦ୍ରରେ ପହଞ୍ଚିବେ । ସେଠାର ୧୪୨୦ଟି କାର, ୨୦୦ ଦୁଇ ଚକିଆ ଯାନ ପାର୍କିଂର ବ୍ୟବସ୍ଥା ରହିଛି । ଭକ୍ତ ମାନେ ସେଠାରେ ଗାଡି ରଖି କିଛି ସମୟ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଲୋକଙ୍କ ସୁବିଧା ପାଇଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସେଠାରେ ଏକ ସାଂସ୍କୃତିକ କାର୍ଯକ୍ରମ ପାଇଁ ଅଡିଟାରୀୟମ ରହିବ । ମହାପ୍ରଭୁଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହା ପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ହଲ ରହିବ । ଭକ୍ତଙ୍କ ସୁବିଧା ପାଇଁ ଫୁଡ୍‌ କୋର୍ଟ, କିଣାକିଣି ମାର୍କେଟ କମ୍‌ପ୍ଲେକ୍ସ ରହିବ । ତେବେ ଏହାର ନିର୍ମାଣ କାର୍ଯ୍ୟ ସରିଲେ ଭକ୍ତ ମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି ଗଜପତି ମହାରାଜା କହିଛନ୍ତି । ସେହିପରି ଶ୍ରୀ ମନ୍ଦିରକୁ ଯିବା ପାଇଁ ସ୍ୱତନ୍ତ୍ର ମିନି ବସ ବ୍ୟବସ୍ଥା ରହିବ । ବଡ ଦାଣ୍ଡ ଭିଡ(ପୃଷ୍ଠା-୮ଦେଖନ୍ତୁ)

hiranchal ad1
Leave A Reply

Your email address will not be published.

19 − sixteen =