ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ସାକାର କଲେ ପତ୍ନୀ ହୀରାଦେଇ,ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ପାଇଲେ “ପ୍ରକୃତି ବନ୍ଧୁ’ ପୁରସ୍କାର

0 72

ନୂଆପଡା: ନୂଆପଡା ଜିଲ୍ଲା ଉପାନ୍ତ ବ୍ଲକ ସିନାପାଲି ରେଞ୍ଜ ସରଧାପୁର ପିଆରଏଫ ଜଙ୍ଗଲର କରାଡୁଙ୍ଗରିକୁ ବିଶାଳ ଘଞ୍ଚ ଜଙ୍ଗଲରେ ପରିଣତ କରିବା ଅଙ୍ଗଦ ମାଝୀ ଦୀର୍ଘ ପଚାଶ ବର୍ଷ ତଳେ ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପତ୍ନୀ ହୀରାଦେଇ ମାଝୀ ଏବଂ ନିଜେ ଅଙ୍ଗଦ ମାଝୀ ମିଳିତ ରୂପେ କରାଡୁଙ୍ଗରିକୁ ସୁରକ୍ଷା ପ୍ରଦାନ କରିଥିଲେ । ସ୍ୱାମୀ ଅଙ୍ଗଦ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାରୁ ତାଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା । କରାଡୁଙ୍ଗରିର ସୁରକ୍ଷା ପାଇଁ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର ନେଇ ଦୀର୍ଘ ୪୦ ବର୍ଷ ଧରି ହୀରାଦ୍ରୀ ହାତରେ ଟାଙ୍ଗିଆ, ଅଣ୍ଟାରେ ଗାମୁଛା ନେଇ ଜଙ୍ଗଲର ଚତୁପାଶ୍ୱର୍ରେ ଘୁରି ବୁଲୁଥାନ୍ତି । ସତରେ ତାଙ୍କ ସ୍ୱାମୀଙ୍କ ଆତ୍ମା ଏହି ଜଙ୍ଗଲରେ ଯେମିତି ବସା କରି ରହିଛି । ୪୦ ବର୍ଷରୁ ଉଦ୍ଧ୍ୱର୍ କେବଳ ଜଙ୍ଗଲ ବୃଦ୍ଧି ଓ ଏହାର ସୁରକ୍ଷା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏହି ଜଙ୍ଗଲର ପରିସୀମା ୧୧ ହେକ୍ଟର । ଏଠାରେ ହଜାରହଜାର ସଂଖ୍ୟାକ ଚାରା ଲଗାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 3 =