୫୨୦ ଗ୍ରାମ ଧଳା ଜହର ଜବତ, ୨ ଗିରଫ

0 120

ପୁରୀ : ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ମିଳିଛି । ୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ହେବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସମୁଦ୍ରକୂଳ ଥାନା ପୋଲିସ ତାଳବଣିଆ ହେଲିପ୍ୟାଡ୍‌ ନିକଟରେ ଚଢ଼ାଉ କରି ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍‌ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ତେବେ ଘଟଣାସ୍ଥଳରୁ କ୍ରେତା ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରୀ ରଖିଛି । ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ । ପୁରୀ ସହରକୁ ଧଳା ଜହର ମୁକ୍ତ କରିବା ପାଇଁ ଏହି କାରବାରରେ ସଂପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏହାର ମୂଳ ପର୍ଯ୍ୟନ୍ତ ପୋଲିସ ଯିବ । ନୂତନ ଭାବେ ଯୋଗ ଦେବା ପରେ ଏସପି ପିନାକ ମିଶ୍ର ଅନ୍ୟ ସମସ୍ତ ପୋଲିସ ଅଧିକାରୀଙ୍କ ସହ ମିଶି ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ପୁରୀ ସହର ସମେତ ସଦର ତଥା ଜିଲ୍ଲାରେ ଅପରାଧ ଓ ଅପରାଧିଙ୍କୁ ଦମନ ସହ ନିଶା କାରବାର ରୋକିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଏସପି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =