ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

0 51

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା, ଡ.ଏମ୍‌.ଏମ୍‌.ଅଲ୍ଲୀ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା । ନିମୋନିଆ, କୁଷ୍ଠ ନିରାକରଣ, ଏଚଆଇଭି, ଖାଦ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟ ବିଭାଗୀୟ ଅନ୍ତର୍ଭୁକ୍ତ ବିଷୟ ଗୁଡ଼ିକ ଉପରେ ଆଲୋଚନା କରଯାଇଛି । ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ଗାଁ ଗୁଡିକରେ ଘର ଘର ବୁଲି ସର୍ଭେ କରି ବିଭିନ୍ନ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଟିମକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ଯେମିତି ଠିକ୍‌ ସମୟରେ ପହଞ୍ଚି ପାରିବ ସେଥିନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍‌ ରହିବ ସେ ଦିଗରେ ସ୍ୱାସ୍ଥ୍ୟ ବିଭାଗର ଗୁରୁ ଦାୟିତ୍ୱ ରହିଛି । ବିଭାଗ ତରଫରୁ ରୋଗୀ କଲ୍ୟାଣ ସମିତି ଦ୍ୱାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ, ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । “ନିମୋନିଆକୁ କଲେ ଦମନ, ସୁଖମୟ ହେବ ଶିଶୁ ଜୀବନ’ ର ପ୍ରଚାର ପତ୍ରକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ ।
ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ର ଜିଲ୍ଲା ପ୍ରୋଗ୍ରାମ୍‌ ପରିଚାଳକ ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼, ଡ଼.ନେତ୍ର ନନ୍ଧ ଶତପଥି, ନାରାୟଣ ମଲ୍ଲିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + 3 =