ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

0 161

ବାଲିଗୁଡ଼ା: ଅତିରିକ୍ତ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ତହସିଲ କାର୍ଯ୍ୟାଳୟ ଘେରିଲେ ଟ୍ରାକ୍ଟର ମାଲିକ ସଂଘ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା’ ପାଟ୍ଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟ୍ରାକ୍ଟର ମାଲିକ ହେଉ କି ଡ୍ରାଇଭର ସମସ୍ତଙ୍କୁ ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ତ୍ରିପାଠୀ ଦୁର୍ବ୍ୟହାରର କରୁଥିବା ସହ ମନ ଇଚ୍ଛା ଫାଇନ୍‌ କାଟୁଥିବା ଅଭିଯୋଗ କରିଛି ଟ୍ରାକ୍ଟର ମାଲିକ ସଂଘ । ବାଲି ଘାଟ ଟେଣ୍ଡର ହୋଇଥିବା ବେଳେ ଘାଟରୁ ବାଲି ଉଠେଇବା ସମୟରେ ବାଲି ଘାଟକୁ ଯାଇ ଅତିରିକ୍ତ ତହସିଲଦାର ମନ ଇଚ୍ଛା ଫାଇନ୍‌ କାଟିବା ସହ ମାଲିକ ଓ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି କିଛି ଟ୍ରାକ୍ଟର ମାଲିକ । ଅନ୍ୟପକ୍ଷରେ ବାଲିଗୁଡ଼ା ଏସଡିପିଓ ଜି.ଆର୍‌.ରେଡ୍ଡୀ, ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ଓ ବିଡ଼ିଓ ଶଶାଙ୍କ ପାତ୍ର ଉତ୍ତ୍ୟକ୍ତ ଟ୍ରାକ୍ଟର ସଙ୍ଘର ସଦସ୍ୟମାନଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 + twelve =