ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ଡାକ ମେଳା ଅନୁଷ୍ଠିତ

0 82

ଘୁ. ଉଦୟଗିରି : ଭାରତ ସରକାରଙ୍କ ସବୁଠାରୁ ପୁରାତନ ଓ ସୁରକ୍ଷିତ ବ୍ୟବସ୍ଥା ହେଉଛି ଡାକସେବା ବ୍ୟବସ୍ଥା । ଜନ ସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର ଡାକ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ଗୁଡ଼ିକ ପ୍ରଣୟନ କରାହେଉଥିବା ବେଳେ ଯୋଜନା ଗୁଡ଼ିକର ପ୍ରଚାର, ପ୍ରସାର ତଥା ପରିଚାଳନା ନିମନ୍ତେ ଆଇପିପିବି ସିନିଅର ମ୍ୟାନେଜର, ଫୁଲବାଣୀ, ଶ୍ରୀ ଅଭିନାସ ପାଣିଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଉପ ଡାକଘର ଅଧିନରେ ଥିବା ସମସ୍ତ ଡାକ ବିଭାଗ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ୪୦ ଜଣରୁ ଅଧିକ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ସିଡିପିଓ ଶ୍ରୀମତୀ ସାବିତ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଡାକ ମେଳାକୁ ଉଦଘାଟିତ କରିଥିଲେ । ଡିଓପିଏଲଆଇ ସଂଗ୍ରାମ କେଶରୀ ପ୍ରଧାନ, ଘୁ. ଉଦୟଗିରି ସବ୍‌ ପୋଷ୍ଟ ମାଷ୍ଟର ଦିଲ୍ଲୀପ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ଡାକ ବିଭାଗ ସହ ଅଧିକ୍ଷକ ମନୋଜ କୁମାର ବେହେରା( ଫୁଲବାଣୀ) କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ମେଲ ଓଭର୍ସର୍‌ ପୁର୍ଣ୍ଣେନ୍ତ ଅନ୍ସୁମାଳି ସାହୁ ଓ ରାଧାକାନ୍ତ ସାହୁ ସହଯୋଗ କରିଥିଲେ । ଭାରତ ସରକାରଙ୍କ ଡାକ ବିଭାଗରେ ଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବା ଡାକସେବା ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା । ଜନ ସାଧାରଣ କିପରି ଡାକଘର ମାଧ୍ୟମରେ ଉପକୃତ ହୋଇପାରିବେ ଓ ବିଭିନ୍ନ ଯୋଜନାରେ ନିଜକୁ ଓ ନିଜ ପରିବାରକୁ ଅନ୍ତର୍ଭୁକ୍ତ କରି ଅଧିକରୁ ଅଧିକ ସୁରକ୍ଷିତ ଲାଭବାନ ହୋଇପାରିବେ ସେସବୁ ଯୋଜନା ବିଷୟରେ ଅବଗତ କରାଯାଇଥିଲା । ମୁଖ୍ୟତଃ ଯୋଜନା ଗୁଡ଼ିକ ମଧ୍ୟରେ ସୁକନ୍ୟା ଯୋଜନା, ଡାକ ଜୀବନ ବୀମା ,ଗଙ୍ଗାଜଳ, ଜିଏଜି ମାଧ୍ୟମରେ ମାତ୍ର ୩୯୯ ଟଙ୍କାରେ ୧୦ ଲକ୍ଷ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ବୀମା, କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମୀଣ ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଆଇପିପିବି ଦ୍ୱାରା ନୂତନ ଡାକ ସଞ୍ଚୟ ଖାତା ଖୋଲିବା, ଶିଶୁ ମାନଙ୍କ ପାଇଁ ନୂତନ ଆଧାର ପଞ୍ଜିକରଣ କରିବା, (ଏଇପିଏସ) ଅର୍ଥାତ୍‌ ଜଣେ ଲୋକ ଯେକୌଣସି ବ୍ୟାଙ୍କ୍‌ରେ ଥିବା ନିଜ ଆକାଉଣ୍ଟରୁ ଆଧାର ଦ୍ୱାରା ପୋଷ୍ଟ ଅଫିସ ମାଧ୍ୟମରେ ସହଜରେ ଟଙ୍କା ଉଠେଇବା ଏପରି ଅନେକ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ୱାରା ଏ ସମସ୍ତ ଯୋଜନା ଗୁଡ଼ିକ ଅତି ସହଜରେ ଘରେ ଘରେ ପହଞ୍ଚି ପାରିବ ବୋଲି ଆଲୋଚନା କରିବା ସହ ଭାରତ ସରକାରଙ୍କ ଅଧିନରେ ଥିବା ଡାକ ବିଭାଗ ଦ୍ୱାରା ସମସ୍ତ ଯୋଜନାର ଲାଭ ନେବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଡାକ କର୍ମଚାରୀ ଯୋଜନା ଗୁଡିକ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ନେଇ ସମିତି କାର୍ଯ୍ୟାଳୟ ଠାରୁ ଡାକଘର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − ten =