ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକଦିବସୀୟ ତାଲିମ

0 133

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରେନ୍ସ ହଲ ଠାରେ ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକ ଦିବାସୀୟ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିସା ବେହେରା, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟର ଆସିଷ୍ଟେଣ୍ଡ ପ୍ରଫେସର ପ୍ରୀତମ ତ୍ରିପାଠୀ, ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲାର ଟେକିଲିର ମତ୍ସ୍ୟ ଉନ୍ନୟନ ଅଧିକାରୀ ଧର୍ମ ରାଜ୍‌ ପାତ୍ର ପ୍ରମୁଖ ମଞ୍ଚା ସିନ ଥିଲେ । ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରି କମ ଜାଗାରେ ଲାଭବାନ ହୋଇ ପାରିବ ତା ସାଙ୍ଗକୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ, ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ଏହାର ମୂଳ ଉଦ୍ଦେଶ୍ୟ । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଉପସ୍ଥିତ ରହିବା ସହ ମତ୍ସ୍ୟ ଚାଷି ଉପସ୍ଥିତ ରହି ଏବଂ ମତ୍ସ୍ୟ ଚାଷ କରିବାକୁ ଆଗ୍ରହୀ ଥିବା ଚାଷି ଉପସ୍ଥିତ ଥିଲେ । ପରେ କାଶୀନଗର ବ୍ଳକର ହରିପୁର ଠାରେ ହୋଇଥିବା ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ ହୋଇଥିବା ଜାଗାକୁ ଚାଷୀମାନଙ୍କୁ ଏକ୍ସପୋଜ ଭିଜିଟ କରାଯାଇ ଥିଲା । ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ କୁଣ୍ଡରେ ମାଛ ଚାଷ ଉପରେ କାଶୀ ନଗର ସହକାରୀ ମତ୍ସ୍ୟ ଅଧିକାରୀ ଦେବାଶିଷ ସ୍ୱାଇଁ ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦେଇଥିବା ବେଳେ ଆର. ଉଦୟଗିରି ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ମତ୍ସ୍ୟ ବିଭାଗର ଏହି ତାଲିମରେ ଗଣମାଧ୍ୟମକୁ ସୂଚନା ଦେଇ ନ ଥିବାରୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରଚାର ପ୍ରସାର ହୋଇ ପାରୁନଥିବାର ମତ୍ସ୍ୟ ଚାଷ ବିଷୟରେ ଅବଗତ ହୋଇ ପାରୁ ନାହିଁ । ତେଣୁ ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର କଲେ ଜନ ସାଧାରଣ ଓ ମତ୍ସ୍ୟ ଚାଷୀ ଜାଣି ପାରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

five + 3 =