ଦଶହରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 221

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପବିତ୍ର ଦଶହରା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,ମା ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକନାଥ ପାଢ଼ୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ ଓ ଅନ୍ୟ ସଦସ୍ୟ ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ମହାମାରୀ କରୋନା କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ପର୍ବପର୍ବାଣୀ ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ କଟକଣା ହଟିଥିବା ଯୋଗୁଁ ସମସ୍ତ ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଆଡ଼ମ୍ବରରେ ପୂଜା ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ଦଶହରା ପର୍ବ ପାଳନ ସମୟରେ ସହରରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଓ ଯାନବାହାନ ଚଳାଚଳ କିଭଳି ଠିକ୍‌ ଭାବରେ ଚାଲିବ ଏବଂ ଅଞ୍ଚଳବାସୀ ସୁସ୍ଥ ଓ ସୁରକ୍ଷିତ ଭାବେ ଦଶହରାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମଣ୍ଡପରେ ନବରାତ୍ରି ପୂଜା ସହ ବିଜୟା ଦଶମୀ ପାଳନ ହେବା ସହ ରାବଣ ପୋଡ଼ି ଏବଂ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ପୌରାଣିକ ନାଟକ ମଞ୍ଚସ୍ଥ ହେବାର କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

ten + two =