ଡିଭାଇଡରକୁ ଧକ୍କା ଦେଲା ବାଇକ୍‌,୨ ମୃତ

0 143

ରହ୍ମପୁର :ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଏନଏଚ୍‌-୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ହୋଇଥିବା ସୂଚନା ମିଳିଛି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ସକାଳ ୮ଟା ସମୟରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଚୁଡୁ ଅଞ୍ଚଳର ଦଣ୍ଡପାଳ ଓ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଉଭୟେ ମିଶି କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ-୧୬ ଛତ୍ରପୁର ସ୍ଥିତ ବାୟା ରେଷ୍ଟୁରାଣ୍ଟ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଡିଭାଇଡରକୁ ଧକ୍କା ଦେଇଥିଲେ । ଯାହା ଫଳରେ ଦୁଇ ଯୁବକ ରାସ୍ତା ମଝିରେ ହିଁ ଛିଟିକି ପଡ଼ିଥିଲେ । ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଜନସାଧାରଣ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘଟଣା ସ୍ଥଳରେ ହିଁ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଗାଡ଼ିର ବେଗ ଏତେ ତୀବ୍ରତର ଥିଲା ଯେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇଥିଲା । ପରେ ସୁମନ ଓ ଦଣ୍ଡ ଉଭୟେ ଘଟଣା ସ୍ଥଳରୁ ୧୦ମିଟର ଦୂରରେ ଛିଟିକି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ଏହି ଘଟଣା ଜାଣିବା ପରେ ଛତ୍ରପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

4 × one =