୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସୋନପୁର- ଡୁଙ୍ଗୁରିପାଲିର ଚାରିଥାକିଆ ରାସ୍ତା

0 94

ସୁବର୍ଣ୍ଣପୁର : ସୋନପୁର- ଡୁଙ୍ଗୁରିପାଲିର ଚାରିଥାକିଆ ରାସ୍ତା ନିର୍ମାଣ ହେଲେ ସମଗ୍ର ପଶ୍ଚିମ ଓଡିଶାର ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର, ବିନିକା, ରାମପୁର, ଓ ଡୁଙ୍ଗୁରିପାଲି ରାସ୍ତାର ପ୍ରଶସ୍ତିକରଣ ହେବ । ଏଥି ପାଇଁ ରାଜ୍ୟ ସରକାର ଗତକାଲି ବସିଥିବା ରାଜ୍ୟ କେବିନେଟ ବୈଠକରେ ୨୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ସୋନପୁର, ବିନିକା, ରାମପୁର ଓ ଡୁଙ୍ଗୁରିପାଲି ଅଞ୍ଚଳର ଲୋକେ ଯାତାୟତରେ ସୁବିଧା ହେବା ବେଳେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସୁବର୍ଣ୍ଣପୁର ଜ଼ିଲ୍ଲାକୁ ଯୋଡିବା ସହିତ ଦୂରଦୂରାନ୍ତ ସହର ବ୍ୟବସାୟ କେନ୍ଦ୍ର ରାଇପୁର ସିଟିକୁ ମଧ୍ୟ ଯୋଡିବାରେ ଏ ରାସ୍ତା ଦ୍ୱାରା ସହଜ ହେବ । ଯାହା ଦ୍ୱାରା କି ଏହି ଚାରୋଟି ଜ଼ିଲ୍ଲା ସମେତ ସାରା ପଶ୍ଚିମ ଓଡିଶାର ସାମାଜିକ, ଅର୍ଥନୈତିକ ବିକାଶ ଘଟିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ପ୍ରକାଶ କରିଛନ୍ତି ଏବଂ ଏହି ୫୪ କିମି ରାସ୍ତାର ପ୍ରକଳ୍ପ ଆଗାମୀ ୧୮ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥି ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହାକୁ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଡୁଙ୍ଗୁରିପାଲି ଆରଏମସି ସଭା ଗୃହଠାରେ ସାମ୍ବାଦିକ ସମ୍ମିଳନୀରେଏହାର ସବିଶେଷ ସୂଚନା ଦେବା ସହ ଏହି ମେଗା ଓ ଐତିହାସିକ ପ୍ରକଳ୍ପ ମଞ୍ଜୁରୀ ପାଇଁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍‌ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven + 2 =