ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର

0 326

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଉଦେପଦର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣଠାରେ ଜିଲ୍ଲା ଶ୍ରମବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଲସତଲା ସରପଞ୍ଚ ଶିବାନୀ ମହାକୁର ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର ରହିଥିବା ସୂଚନା ଦେଇ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସରକାରଙ୍କ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନ ସବୁବେଳେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ । ଶ୍ରମ ଅଧିକାରୀ ଡିଲେଶ୍ୱର ଖାକାଙ୍କ ତତ୍ୱାବଧାନ ତଥା ପରିଚାଳନାରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ଶିକ୍ଷା ସହାୟତା ନିମନ୍ତେ ୩୬ ଜଣଙ୍କୁ ୨ଲକ୍ଷ ୨୭ହଜାର ୨୦୦ ପ୍ରସୂତି କାଳିନ ସହାୟତାରେ ୨୫ଜଣଙ୍କୁ ୨ ଲକ୍ଷ ୫୦ ହଜାର, ମୃତ୍ୟୁକାଳୀନ ସହାୟତାରେ ୪୩ଜଣଙ୍କୁ ୮୬ ଲକ୍ଷ, ବିବାହ ସହାୟତା ନିମନ୍ତେ ୨୦୪ ଜଣଙ୍କୁ ୧କୋଟି ୧ ଲକ୍ଷ ୨୫ ହଜାର ଓ ଶବସତ୍କାର କ୍ରିୟାକାର୍ଯ୍ୟ ସହାୟତାରେ ୭୭ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୮୫ହଜାର ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ଏହି ଶିବିରରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟରେ ବିନିକା, ବୀରମହାରାଜପୁର, ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଜିକୃତ ଯୋଗ୍ୟ ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସମୁଦାୟ ୧ କୋଟି ୯୩ଲକ୍ଷ ୮୭ ହଜାର ୨ ଶହ ଟଙ୍କାର ସହାୟତା ରାଶି ସେମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇ ଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

2 × 5 =