ପୁଣି ୫ ନାବାଳକ ଗାଡି ଚାଳକଙ୍କଠାରୁ ଜୋରିମାନା ଆଦାୟ କଲା ପରିବହନ ବିଭାଗ

0 66

ସୁବର୍ଣ୍ଣପୁର: ନାବାଳକଙ୍କ ଗାଡିଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦ । ତେଣୁ ଗତକାଲି ମଧ୍ୟ ପାଞ୍ଚ ଜଣ ନାବାଳକଙ୍କ ଠାରୁ ଗାଡ଼ି ଚାଳନା ପାଇଁ ୧୨୫୦୦୦/- ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନା
କରାଯାଇଛି । ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆରଟିଓ ଅକ୍ଷୟ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ଉଲୁଣ୍ଡା, ବିନିକା ସହ ସନ୍ଧ୍ୟାରେ ସହରର ବ୍ଲକ ଛକ ଠାରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜର ନାବାଳକ ପିଲାମାନେ ଗାଡି ଚଲାଉଥିବା ବେଳେ ୫ଜଣ ନାବାଳକ ଗାଡି ଚାଳକ (୨ ଜଣ ବିନିକା, ୨ ଜଣ ଉଲୁଣ୍ଡା ଏବଂ ଜଣେ ସୋନପୁର ବ୍ଲକ ଛକ ଠାରେ) ପ୍ରତ୍ୟକଙ୍କ ଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୩ ଜଣ ଗାଡି ଚାଳକଙ୍କୁ ବିନା ହେଲମେଟ, ନିଶାସକ୍ତ ଡ୍ରାଇଭିଂ, ମୋବାଇଲ ବ୍ୟବହାର ସହ ଗାଡି ଚାଳନା ନିମନ୍ତେ ମୋଟରଯାନ ଆଇନ ମୁତାବକ ଜୋରିମାନା କରାଯାଇଥିବା ସୂଚନା ପ୍ରଦାନ କରାଯାଇ ଥିବା ବେଳେ ସନ୍ଧ୍ୟାରେ ସୋନପୁର ବ୍ଲକ ଛକଠାରେ ପରିବହନ ଅଧିକାରୀ ସୋନପୁରଙ୍କ ନେତୃତ୍ୱରେ ବିଭାଗ ତରଫରୁ ଏହି ଧରପଗଡ଼ କାର୍ଯ୍ୟକ୍ରମ ଚାଲୁରହିଥିଲା ।

hiranchal ad1
Leave A Reply

Your email address will not be published.

15 + 11 =