ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ଗୃହ ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପରିଷଦ ଓ ପରାମର୍ଶଦାତା ବୈଠକ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠକ ପରମେଶ୍ୱର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ସୁବର୍ଣ୍ଣ ଜୟନ୍ତୀ ପାଳନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ କରାଯାଇଥିଲା । ସୂଚନା ଥାଉକି ଏହି ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ୨୦୨୩ ମସିହା ମେ ମାସ ୨୭ ତାରିଖରେ ପାଳନ କରାଯିବ । କାର୍ଯ୍ୟକ୍ରମରେ ଉପ କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ କୁମାର ନାଏକ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସଙ୍ଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ, ପରାମର୍ଶଦାତା, ଜିତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ ସିଂ,ବିଜୟ ପ୍ରତାପ ସିଂ ମହାରଥା, ମହେଶ୍ୱର ପ୍ରସାଦ ବାରିକ, କେତନ ସିଂ ବାରିକ, ବିଦ୍ୟାଧର ବିଶି, ନନ୍ଦଲାଲ ବାରିକ, ଅଶ୍ୱନୀ ପ୍ରଧାନୀ, ଶୈଳେନ୍ଦ୍ର କୁମାର ବାରିକ, ଖରତ ଚନ୍ଦ୍ର ବାରିକ, ତୁଳସାଗର ରାଉତ, ରମଣ ସିଂ ବାରିକ ଭୁରିଶ୍ରବା ବିଶି, ବିଶ୍ୱମ୍ବର ପ୍ରଧାନ, ବିଜୟ ରାଉତ ରାୟ,ପୂର୍ବତନ ସମ୍ପାଦକ ବୃନ୍ଦାବନ ବାରିକ, ତୁମେଶ୍ୱର ଚଳାନ, ବରିଷ୍ଠ ଆଇନଜୀବୀ ବିଭୁଦତ୍ତ ଚଳାନ, ଅଧ୍ୟାପକ ରୁଦ୍ର ମାଧବ ବାରିକ, ରୋମାଂଚଳ ରାଉତରାୟ, ଭବାନୀ ଶଙ୍କର ପଣ୍ଡା, ଦେବକୁମାର ଦଣ୍ଡସେନା, ଅନିଲ କୁମାର ଦଣ୍ଡସେନା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।