ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ପାଳିତ

0 130

ପୁରୀ:ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ନବମ ସମାବର୍ତ୍ତନ ଉତ୍ସବରେ କିଟ୍‌, କିସ୍‌ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍‌ ଡଃ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଡିଲିଟ ଉପାଧି ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଅଧ୍ୟକ୍ଷତା କରି କହିଥିଲେ ବିଶ୍ୱ ଚନ୍ଦ୍ରକୁ ଯିବାକୁ ଚାହୁଁଛି ଆଉ ଆମେ ଚନ୍ଦ୍ରକୁ ପୃଥିବୀକୁ ଆଣିବାକୁ ଚାହୁଁଛୁ । ଆମେ ଉଭୟ ଆଧୁନିକ ବିଜ୍ଞାନ ଓ ପ୍ରାଚୀନ ପରମ୍ପରା ଓ ବିଜ୍ଞାନର ନିର୍ମାତା ଶାସ୍ତ୍ର ,ପୁରାଣ ଓ ସଂସ୍କୃତକୁ ନେଇ ଆଗକୁ ବଢିବା । ସମଗ୍ର ବିଶ୍ୱରେ ଭାରତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସଂସ୍କୃତ ହିଁ ସବୁ ଭାଷାର ଜନନୀ । ୧୯୮୧ ମସିହାରେ ପ୍ରତିଷ୍ଠିତ ତଥା ୪୨ ବର୍ଷ ପୂରଣ କରିଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ବହୁ ବିଦ୍ୱାନ, ବାଗ୍ମୀ ବାହାରିଛନ୍ତି । ଏହି ଅବସରରେ ସେ ବରିଷ୍ଠ ଶିକ୍ଷାବିତ୍‌ ତଥା ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରଫେସର୍‌ ଡଃ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଡିଲିଟ୍‌ ପ୍ରଦାନ କରାଯାଇଥିବାରୁ ସେ ବେଶ୍‌ ଆନନ୍ଦିତ ବୋଲି କହିଥିଲେ । ସମଗ୍ର ଭାରତବର୍ଷ ଏକତ୍ୱ ଓ ପ୍ରେମରେ ବନ୍ଧା ଆଉ ଏହା ହିଁ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଅଭିଭାଷଣ ରେ କହିଥିଲେ ।

hiranchal ad1
Leave A Reply

Your email address will not be published.

18 − five =