ଡାକ୍ତରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

0 214

ହରଭଙ୍ଗା : ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସରକାରଙ୍କ ଯୋଜନା ଆଜି ସରକାରୀ ଡାକ୍ତରଖାନାରେ ଫେଲ ମାରିଛି! ବୌଦ୍ଧ ଜିଲ୍ଲା ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକା ମହିଳାଙ୍କ ଗର୍ଭଯନ୍ତ୍ରଣାର ଚିକିତ୍ସା ପାଇଁ ଖୋଦ ଡାକ୍ତର ମେଡିକାଲ ଲେବରରୁମ କର୍ମଚାରୀଙ୍କ ଜରିଆରେ ଲାଞ୍ଚ ମାଗୁଥିବା ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର । ସୂଚନା ମୁତାବକ,ହରଭଙ୍ଗା ବ୍ଲକ ଆଡ଼ନିଗଡ଼ ଗ୍ରାମର ଆନନ୍ଦ ବେହେରାଙ୍କ ସ୍ତ୍ରୀ ଅଞ୍ଜଳି ନାୟକଙ୍କର ବୁଧବାର ଗର୍ଭଯନ୍ତ୍ରଣା ସହ ରକ୍ତସ୍ରାବ ହେବାରୁ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ୱାମୀ ଆନନ୍ଦ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଅଞ୍ଜଳିଙ୍କୁ ଡାକ୍ତର ଆସି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅଞ୍ଜଳିଙ୍କ ରକ୍ତସ୍ରାବ ବନ୍ଦ ହେବା ପରିବର୍ତ୍ତେ ରକ୍ତସ୍ରାବ ବଢ଼ି ଚାଲିଥିଲା । ଗୋଟିଏ ପଟେ ରକ୍ତ ସ୍ରାବ ଓ ଅନ୍ୟପଟେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ତ୍ରୀଙ୍କୁ ଦେଖି ସ୍ୱାମୀ ଆନନ୍ଦ ଡାକ୍ତରଙ୍କୁ ଭେଟିବା ପାଇଁ ଡ଼କ୍ଟର ପ୍ରକୋଷ୍ଠକୁ ଯାଇଥିଲେ;କିନ୍ତୁ ସେଠାରେ ଡାକ୍ତର ନଥିବା ଦେଖି ଖୋଜି ଖୋଜି ଲେବର ରୁମକୁ ଯାଇଥିଲେ । ଲେବର ରୁମରେ ଡାକ୍ତରଙ୍କୁ ନପାଇ ଲେବର ରୁମରେ ଥିବା କର୍ମଚାରୀଙ୍କୁ ଡାକ୍ତରଙ୍କ ସମ୍ପର୍କରେ ପଚାରିଥିଲେ । ମହିଳା ସଫେଇ କର୍ମଚାରୀ ଜଣକ ଡ଼କ୍ଟର ନଥିବା କହି ଫୋନ ମାଧ୍ୟମରେ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ ।

hiring

ପରେ ମହିଳା ସଫେଇ କର୍ମଚାରୀ ଜଣଙ୍କ ଆନନ୍ଦଙ୍କୁ ଆସି କହିଲେ, ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଏବଂ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ୨୦୦୦ ଟଙ୍କା ଡାକ୍ତରଙ୍କୁ ଦେଲେ ଡାକ୍ତର ଚିକିତ୍ସା କରିବେ । ତେବେ ଟଙ୍କାଦେବାକୁ ସକ୍ଷମ ନଥିବାରୁ ସ୍ତ୍ରୀର ମାଗଣା ଚିକିତ୍ସା ପାଇଁ ନିବେଦନ କରିଥିଲେ । ଡାକ୍ତର ପାଉଣା ନପାଇବାରୁ ସ୍ତ୍ରୀର ଚିକିତ୍ସା ପାଇଁ ରୋକଠୋକ ମନା କରିଦେଇଥିଲେ । ଏପଟେ ସ୍ତ୍ରୀର ଯନ୍ତ୍ରଣା ଦେଖି ସ୍ୱାମୀ ବିଚଳିତ ହୋଇ ଗଣମାଧ୍ୟମର ସାହାଯ୍ୟ ଲୋଡିଥିଲେ । ଆନନ୍ଦ ଡାକ୍ତରଖାନାରେ ହେଉଥିବା ଅବ୍ୟବ୍ୟସ୍ତା ଓ ଲାଞ୍ଚ କାରବାର ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଗଣମାଧ୍ୟମଙ୍କ ହସ୍ତକ୍ଷେପ ପରେ ସଙ୍ଗେ ସଙ୍ଗେ ଜନନୀ ସୁରକ୍ଷା ଗାଡିରେ ତରବରିଆ ଭାବେ ଆନ୍ଦଙ୍କ ପତ୍ନୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବାରୁ ଲାଞ୍ଚ କଥାକୁ ସେ ଖଣ୍ଡନ କରିଥିଲେ । ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ବୌଦ୍ଧ ସିଡିଏମଓ ଜୟକୃଷ୍ଣ ମିଶ୍ରଙ୍କୁ ପଚାରିବାରୁ ଆମ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ;କେବଳ ଗଣମାଧ୍ୟମ ନିକଟରୁ ଖବରପାଇଛୁ ବୋଲି କହିବା ସହ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

ten + 17 =