କଟକ: ଆଜି ବାରବାଟୀ–କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଦେଉଳସାହି ସ୍ଥିତ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଉନ୍ନତିକରଣ ଓ ବିକାଶମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ବିଦ୍ୟାଳୟର ପରିବେଶ ଓ ଉନ୍ନୟନ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଯାହା ଆବଶ୍ୟକତା ଅଛି ତୁରନ୍ତ ପୂରଣ କରିବା ଦିଗରେ ଉଦ୍ୟମ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଏହି ପୁରାତନ ଶିକ୍ଷାନୁଷ୍ଠାନର ପାଠପଢା, ଶୃଙ୍ଖଳା ଏବଂ ସୁନ୍ଦର ପରିବେଶ ପାଇଁ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କର ସୌଜନ୍ୟ ଆଚରଣ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମଧ୍ୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁରମା ପତି, ଶିକ୍ଷକ ଶିଶିର କୁମାର ନାୟକ, ସୁରେନ୍ଦ୍ର ନାଥ ପଣ୍ଡା, ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।