ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଆମ ଗାଁ ବ୍ୟାଙ୍କ ଉଦ୍‌ଘାଟିତ

0 104

ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ ) ବ୍ଲକ ମଧ୍ୟରେ ୨ଟି ପଂଚାୟତ ମଧ୍ୟରେ ଆଜି ଭର୍ଚୁଆଲ ମାଧ୍ୟମରେ ଆମ ଗାଁ ବ୍ୟାଙ୍କ ସେବା ଶୁଭ ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୩୦୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍‌ ଶାଖାର ଉଦଘାଟନ ହୋଇଯାଇଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ । ଅଣ ବ୍ୟାଙ୍କିଙ୍ଗ ପଂଚାୟତ ଗୁଡିକରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସେବା ଉପଲବ୍ଧ ହେଉଥିବା ଜଣାଯାଇଛି । ଏଥିରେ ଜନସାଧାରଣ ମାନଙ୍କୁ କାଳିଆ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା, ସାମାଜିକ ସୁରକ୍ଷା ବୀମା,ଜମା ଖାତା,ମେଧାବୃତି,ସଂଚୟ ଖାତା ଖୋଲିବା ଇତ୍ୟାଦି ପାଇଁ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ । ପ୍ରଥମ କରି ଇକୋ ବ୍ୟାଙ୍କ ଦ୍ୱାରା ଏହି ଆମ ଗାଁ ବ୍ୟାଙ୍କ ସେବା ଆରମ୍ଭ ହୋଇଥିବା ଜଣାପଡିଛି । ଲୋକଙ୍କ ହାତ ପାଆନ୍ତାରେ ଉପଲବ୍ଧ ହେବ ବ୍ୟାଙ୍କ ସେବା । ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ଏବଂ ଅର୍ଥନୈତିକ କାରବାରକୁ ଆହୁରି ସହଜ କରିବା ଲକ୍ଷ୍ୟରେ ଖୁବ ଶୀଘ୍ର ପଞ୍ଚାୟତସ୍ତରରେ କାର୍ଯ୍ୟକ୍ଷମ ହେବ ‘ଆମ ବ୍ୟାଙ୍କ’ । ନୂଆଗାଁ ବ୍ଲକ ବଡଗୋଠ ପଂଚାୟତ ଓ କୋରଡା ପଂଚାୟତ ମଧ୍ୟରେ ଆମ ଗାଁ ବ୍ୟାଙ୍କ ସେବା ଶୁଭ ଉଦ୍ଘାଟନ ହୋଇଆଯାଛି । ଅନୁଷ୍ଠାନିକ ଭାବରେ ବ୍ଲକ ପ୍ରଶାସନ ଏହି କାର୍ଯ୍ୟ କ୍ରମ ଶୁଭାରମ୍ଭ କରାଯାଇଛି । ବଡଗୋଠ ପଂଚାୟତ ମଧ୍ୟରେ ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ ,୧୭ ଜିଲ୍ଲା ପରିଷଦ ପ୍ରତିମା ଦଳବେହେର,ଆତ୍ମା ଅଧକ୍ଷ ସଂଜୀବ ସାହୁ ,ଦିଲୀପ ଦଳବେହେର,ଜିପିୟ ସାଧୁଚରଣ ସାହୁ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ । କୋରଡା ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଆମ ଗାଁ ବ୍ୟାଙ୍କ ଉଦଘାଟନୀ ସଭାରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା,ସମାଜସେବି ଶଙ୍କରଶଣ ବେହେରା ,ଏବିଡିଓଙ୍କ ସମେତ ବିଭିନ୍ନ ପଞ୍ଚାୟତ ମଧ୍ୟରୁ ଆସିଥିବା ସରପଞ୍ଚ ସମିତିସଭ୍ୟ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

fifteen − twelve =