ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସାଳୟ ପରିସରରେ ଆରମ୍ଭ ହେଲା ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା

0 166

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ପ୍ରସୂତିକାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ରୋଗୀ ସମ୍ପର୍କୀୟମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଯୁବ ନେତା ଅମିୟ ରଞ୍ଜନ ଦାସ ଓ ପୂଜା ପଲ୍ଲବିଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଜି ସୁବର୍ଣ୍ଣପୁର ବନ ବିଭାଗର ଏସିଏଫ୍‌ ପ୍ରଫୁଲ୍ଲ କୁମାର ଧରୂଆ, ସୋନପୁର ବନାଞ୍ଚଳ ଅଧିକାରୀ ଭରତ ବନ୍ଧୁ ସାବତ, ସୋନପୁର ଥାନା ଅଧିକାରୀ ପଦ୍ମାସିନି ମେହେର ପ୍ରମୁଖ ଅତିଥିଭାବେ ଯୋଗଦେଇ ରୋଗୀ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ପରସିଥିଲେ । ତା ସହ ଅତିଥି ମାନେ ନିଜେ ଖାଦ୍ୟ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ସେହିପରି ମେଡ଼ିକାଲ ଅଧୀକ୍ଷକ ଡାକ୍ତର ଦୁର୍ଗା ଦତ୍ତ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ ଯୋଗଦେଇ ଖାଦ୍ୟ ପରସି ଥିଲେ । ଏହି ଅବସରରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତିଥି ମାନଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇଥିବା ଜଣା ପଡିଛି । ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ପ୍ରତି ରବିବାର ଡାକ୍ତରଖାନା ପରିସରରେ ରୋଗୀ ସମ୍ପର୍କୀୟମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉ ଥିବାବେଳେ ଆଜି ପ୍ରଥମ ଥର ପାଇଁ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଖାଦ୍ୟ ବଣ୍ଟନ କରାଯାଇ ଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଣ୍ଟୁ ଅଗ୍ରୱାଲ, ଉପସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ନାରାୟଣ ରଥଙ୍କ ସହିତ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =