ଆଜିଠାରୁ ହୀରାକୁଦରେ ଆୟୋଜିତ ହେବ ଜାତୀୟ ସ୍ତରର ସାଂସ୍କୃତିକ ଉତ୍ସବ

0 61

ସମ୍ବଲପୁର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆସନ୍ତା ଆଜିଠାରୁ ୧୯ ପର୍ଯ୍ୟନ୍ତ ହୀରାକୁଦ ସ୍ଥିତ ଜବାହର ଉଦ୍ୟାନ ଠାରେ ପ୍ରତି ସନ୍ଧ୍ୟା ୭ରୁ ୯ଟା ୩୦ ଯାଏଁ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରାଯିବ । ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁର ଓ ସମ୍ବଲପୁର ମହାନଗର ନିଗମ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସର୍ବ ଭାରତୀୟ ସ୍ତରରେ ସ୍ୱୀକୃତି ପାଇଥିବା ବିଶିଷ୍ଟ ଶିଳ୍ପୀ ଏଥିରେ ସାମିଲ ହେବା ସହ ହୀରାକୁଦ ମହୋତ୍ସବର ବିସ୍ତୃତ ବିବରଣୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦତ୍ତ ସୂଚନା ଅନୁଯାୟୀ ୧୭ ତାରିଖ ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଳା ବିଶ୍ୱାସ ଓ ଗ୍ରୁପ ଓଡିଶୀ ନୃତ୍ୟ, ଚେନ୍ନାଇର ରମା ବୈଦ୍ୟନାଥନ ଓ ଗ୍ରୁପ ଭାରତନାଟ୍ୟମ ନୃତ୍ୟ, ସମ୍ବଲପୁରର ରଞ୍ଜନ କୁମାର ସାହୁ ଓ ଗ୍ରୁପ ସମ୍ବଲପୁରୀ ଲୋକନୃତ୍ୟ ଓ ସଂଗୀତ, ନୂଆ ଦିଲ୍ଲୀର ଅନୁପ ରଞ୍ଜନ ପାଣ୍ଡେ ଓ ସାଥୀ ଲୋକ ନୃତ୍ୟ(ବସ୍ତର ବ୍ୟାଣ୍ଡ ) ଏବଂ ରାୟଗଡାର ଜେ ସୁକାନ୍ତ ଓ ସାଥୀ ଲୋକ ନୃତ୍ୟ ପ୍ରଦର୍ଶନ କରିବେ । ଦ୍ୱିତୀୟ ସନ୍ଧ୍ୟା ୧୮ତାରିଖରେ ପୁନେର ଶାମା ଭଟେ ଓ ସାଥୀ କଥକ ନୃତ୍ୟ, କଟକର ଜ୍ୟୋସ୍ନା ସାହୁ ଓ ସାଥୀ ଓଡିଶୀ ନୃତ୍ୟ, ବଲାଙ୍ଗୀରର ବାସୁଦେବ ସା ଓ ଗ୍ରୁପ ଲୋକ ନୃତ୍ୟ, ଖେମୁଣ୍ଡି ଲୋକ କଳା ଏକାଡେମୀ ଗଞ୍ଜାମର ଏସ. କ୍ଷୀରୋଦ ଦୋରା ଓ ଗ୍ରୁଓ ଦ୍ୱାରା ଲୋକ ନୃତ୍ୟ, ଝାରଖଣ୍ଡର ସଞ୍ଜୟ ଶର୍ମା ଓ ସାଥୀ କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯିବ । ସେହିପରି ଶେଷ ଓ ତୃତୀୟ ସନ୍ଧ୍ୟା ୧୯ ତାରିଖରେ ରୁଦ୍ରାକ୍ଷ ଫାଉଣ୍ଡେସନ ପକ୍ଷରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ଗ୍ରୁପ ଦ୍ୱାରା ଓଡିଶୀ ନୃତ୍ୟ, ଅଞ୍ଜଳି ସୋସାଇଟି କୋଲକାତାର ମଣିପୁରୀ ନୃତ୍ୟ ଓ ମୁଭ. ଥେରାପି କୋଲକାତା ପକ୍ଷରୁ ପ୍ରୀତି ପଟେଲ ଓ ସାଥୀ କଳାକାର ଦ୍ୱାରା ମଣିପୁରୀ, ବରଗଡର ମାଁ ସମଲେଶ୍ୱରୀ ନୁପୁରକଳା ପରିଷଦ ପକ୍ଷରୁ ରବୀନ୍ଦ୍ର ବାଗ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ, ହଜାଗିରି ତ୍ରିପୁରାର ପରିମଲ ଦେବବର୍ମା ଓ ସାଥୀ ପରିବେଷଣ କରିବେ ଲୋକନୃତ୍ୟ ଏବଂ ମାଲକାନଗିରିର ବିକାଶ କୁମାର ମିଶ୍ର ଓ ସାଥୀଙ୍କ ଦ୍ୱାରା ଲୋକ ନୃତ୍ୟ(ମାର୍ଶିଆଲ ଆର୍ଟ) କଳା ପ୍ରଦର୍ଶନ କରିବେ । ଏହାର ସିଧା ପ୍ରସାରଣ ଡ଼ିଡ଼ି ଭାରତୀରେ କରାଯିବ । ଏକାଡେମୀ ସଚିବ କହିଛନ୍ତି ଯେ, କୋଣାର୍କ ଭଳି ଏହା ଏକ ଜାତୀୟ ସ୍ତରର ଉତ୍ସବ ଅଟେ । ସେଥିପାଇଁ ଦର୍ଶକ ଆସନ୍ତୁ ଏବଂ କାର୍ଯ୍ୟକ୍ରମର ଭରପୁର ଉପଭୋଗ କରନ୍ତୁ ।

hiranchal ad1
Leave A Reply

Your email address will not be published.

2 × one =