ଜଙ୍ଗଲ ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

0 91

ବାଲିଗୁଡ଼ା: ଜଙ୍ଗଲ ନିଆଁର ନିରାକରଣ ପାଇଁ ବନବିଭାଗ ପକ୍ଷରୁ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ବରୁ ସଜାଗ ହେଉଛି ବନ ବିଭାଗ । ବାଲିଗୁଡା ଡ଼ିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ ଏବଂ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ଡେପୁଟି ରେଞ୍ଜର ବି.ସୁବାଷ ଚନ୍ଦ୍ର ପାତ୍ର, ବନପାଳ ଗିରୀଶ ଚନ୍ଦ୍ର ସାହୁ ଏବଂ ବନପାଳ ଟିକେଶ୍ୱର ବେହେରା, ଜ୍ୟୋତିରାଜ ମଳିକ, ମନ୍ମଥ ପରିଛାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖମନଖୋଲ ସେକ୍ସନର ଲଣ୍ଡାଗାଁ ଏବଂ ପୋଖରୀବନ୍ଧ ସେକ୍ସନର ସୁଡ୍ରା ଗ୍ରାମପଞ୍ଚାୟତରେ ଏବଂ ତୁମୁଡିବନ୍ଧ ସେକ୍ସନ ଲଙ୍କାଗଡ଼ ସେକ୍ସନର ବିଭିନ୍ନ ଗାଁ ରେ ପୋଡୁଚାଷରୁ ନିବୃତ ରହିବା, ବେଆଇନ୍‌ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ୍‌ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧି ଉପସ୍ଥିତ ରହି ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ରଜନୀକାନ୍ତ ବେହେରା, ଆଶିଷ କୁମାର ବେହେରା, ସୁଜାତା ସାହୁ, ଖଗେଶ୍ୱର ମଳିକ, ଶ୍ରୀରାମ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । ଯୁବ ନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରମାନେ ଗୀତ ନୃତ୍ୟର ତାଳେ ତାଳେ ନିଖୁଣ ଅଭିନୟ ମାଧ୍ୟମରେ ଜନ ସଚେତନ କରିଥିଲେ । ଗ୍ରାମବାସୀ ମାନେ ବନବିଭାଗର ଏହି ସଚେତନଧର୍ମୀ ପଥପ୍ରାନ୍ତ ନାଟକ ମାଧ୍ୟମରେ ଅନେକ କିଛି ଶିକ୍ଷା ଅର୍ଜନ କଲୁ ଏବଂ ଆଗକୁ ସଚେତନ ହେବୁ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଗ୍ରାମବାସୀ ସାମିଲ୍‌ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

one × four =