ଜିଏମୟୁରେ ବାଣିଜ୍ୟ ବିଭାଗର ବାର୍ଷିକ ଉତ୍ସବ ଉଦଯାପିତ

0 46

ସମ୍ବଲପୁର :ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ( ଜିଏମ୍‌ୟୁ)ର ବାଣିଜ୍ୟ ବିଭାଗ ତରଫରୁ ବିଶ୍ୱବିଦ୍ୟାଳୟର ଅଧ୍ୟାପନା ପ୍ରକୋଷ୍ଠ-୧ ରେ ବାର୍ଷିକ ଉତ୍ସବ “ କମ୍‌ ଫିଏସ୍ତା” ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ୧୧ରୁ ୨୩ ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋ. ଏନ୍‌ ନାଗାରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳସଚିବ ଯୁଗଳେଶ୍ୱରୀ ଦାସ, ଉପକୁଳ ସଚିବ ଡ଼ଃ ଭମା ଚରଣ ପତି, ସ୍ନାତକୋଭର ପରିଷଦ ଅଧକ୍ଷ ପ୍ରୋ. ସୁଶାନ୍ତ କୁମାର ଦାସ, ବାଣିଜ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରୋ. ଶ୍ୟାମା ଚରଣ ଆଚାର୍ଯ୍ୟ ଓ ଭୀମ ଭୋଇ ଗବେଷଣା କେନ୍ଦ୍ର ଅଧ୍ୟକ୍ଷ ପ୍ରୋ ଡ଼ଃ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ବାଣିଜ୍ୟ କୁଇଜ୍‌, କବିତା ଆବୃଭି, ରଙ୍ଗୋଲି ଓ ମେହେନ୍ଦୀ, ମାଷ୍ଟର ସେଫ, ଷ୍ଟାର୍ଟ ଅପ୍‌ ମେଳା, ସଙ୍ଗୀତ ଓ ନୃତ୍ୟ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ବାଣିଜ୍ୟ କୁଇଜ୍‌ ଡିଏଭି ବିଜନେସ ସ୍କୁଲ, ଭୁବନେଶ୍ୱର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେଇଥିଲା । ଏହାକୁ କୁଇଜ୍‌ ମାଷ୍ଟର ସମୀରଣ ମିଶ୍ର ସଂଯୋଜନା କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଜେତା ଅମିତ୍‌ ଯାଦବ, ପ୍ରଥମ – ସତ୍ୟବ୍ରତ ପ୍ରଧାନ , ଦ୍ୱିତୀୟ – କାବ୍ୟ ଅଗ୍ରୱାଲ ଏବଂ ତୃତୀୟ ସ୍ଥାନରେ – ଅର୍ମାନ୍‌ ସୋନି ଅଳଙ୍କୃତ ହୋଇଥିଲେ । ଦ୍ୱିତୀୟ ଦିନରେ କବିତା ଆବୃତ୍ତି ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ଲକ୍ଷ୍ମୀପ୍ରିୟା ବେହେରା, ଡ଼ଃ ସୁନେଲି ଦେଇ, ସନତ ସାହୁ ଓ ତଫିଜୁଲ ହୁସେନ ଏବଂ ମମତା ନାଥ ସଂଯୋଜକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ – ସିମ୍ରନ୍‌, ଦ୍ୱିତୀୟ – ଶ୍ରୀୟା, ଏବଂ ତୃତୀୟ ସ୍ଥାନ ଶ୍ୱେତା ଅଧିକାର କରିଥିଲୋ । ସେହିପରି ରଙ୍ଗୋଲି ଓ ମେହେନ୍ଦୀ ପ୍ରତିଯୋଗିତା ରେ ବିଚାରକ ଭାବେ ଡ଼ଃ ସଂଯୁକ୍ତା ପାଢ଼ୀ, ଡ଼ଃ ମଣ୍ଟୀ କୁଜୁର, ଡ଼ଃ ସିନିଆ ତିଗା, ଶିବାନୀ ଶର୍ମା ଓ ସରୋଜା ମେହେର ଯୋଗ ଦେଇଥିଲେ । । ମେହେନ୍ଦୀ: ୧ମ – ଭଗବତୀ ଓରାମ, ୨ୟ – ପ୍ରୀୟଂଶୀ ସାହୁ ଓ ରଶ୍ମିତା ମିଶ୍ର, ୩ୟ – ପ୍ରିୟଙ୍କା ହରିପାଲ ଓ ସାକ୍ଷୀ ଅଗ୍ରୱାଲ ତଥି ରଙ୍ଗୋଳିରେ ୧ମ – ଶୁଭଶ୍ରୀ ହର୍ନା, ୨ୟ – ସ୍ୱିଟୀ ବୈସନଭି, ୩ୟ – ଶିବାନୀ ଓ ଅନୁପ ଉକ୍ତ ସ୍ଥାନ ଗୁଡିକ ଅଧିକାର କରିଥିଲେ । ମାଷ୍ଟର ସେଫ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – କଷିସ ଗୋୟଲ୍‌, ୨ୟ – ଯଶୋବନ୍ତ ଭୋଇ ଓ ପ୍ରଦୀପ କୁମାର ଓରାମ , ୩ୟ – ନିକିତା ଶର୍ମା ଓ ଆୟୁଷ କୁମାର ସାହୁ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନୂତନ ସାହୁ, ଡ଼ଃ ସସ୍ମିତା ପତି, ଡ଼ଃ ଶୁଭଙ୍କର ପତି ଯୋଗ ଦେଇ ଥିଲେ । ଷ୍ଟାର୍ଟ ଅର୍‌ ମେଳାରେ ନିମନ୍ତ୍ରିତ ଉଦ୍ୟମୀମାନଙ୍କ ମଧ୍ୟରେ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ବାନ୍ଧଶିଳ୍ପୀ ସୁକାନ୍ତି ମେହେର, ଅନ୍ୟତମ ସଫଳ ଉଦ୍ୟୋଗୀ ଦୁର୍ଗା ପ୍ରିୟଦର୍ଶିନୀ ଓ ସଫଳ ଉଦ୍ୟୋଗୀ ଗୌରବ କେଡ଼ିଆ ନିମନ୍ତ୍ରିତ ହୋଇଥିଲେ ଓ ନିଜ ସଫଳତାର ବିବରଣୀ ପିଲାମାନଙ୍କୁ ଦେଇଥିଲେ । ଉକ୍ତ ମେଳାରେ ୧ମ ସ୍ଥାନ- ସୋମନାଥ ପାତ୍ର, ୨ୟ – ଶୁଭମ୍‌ ଅଗ୍ରୱାଲ ଓ ନୀତିଶ ପାଣିଗ୍ରାହୀ ଓ ପ୍ରୀୟଂଶୁ ମେହେର ,୩ୟ – ରାଜ ଅଭିଷେକ ସିଂହ, ଶ୍ରୀୟା କୁମାରୀ ଓ ମାନବ କୁମାର ସିଂହ ଉକ୍ତ ସ୍ଥାନ ଗୁଡ଼ିକ ଅଧିକାର କରିଥିଲେ । ଏହି ମେଳାରେ ବିଚାରକ ଭାବେ ସିଏ ଅଶୋକ ଅଗ୍ରୱାଲ, ସିଏ ପ୍ରଣବ ଲାଠ , ପ୍ରହଲ୍ଲାଦ ମିତ୍ତଲ, ପ୍ରତୀକ ଅଗ୍ରୱାଲ, ସମୟ ଡାଲମିଆ ଏବଂ ରଜତ ଅଗ୍ରୱାଲ ଆଦି ଯୋଗଦେଇଥିଲେ । ଗତ ୨୧ ତାରିଖ ଉଦଯାପନୀ ସନ୍ଧ୍ୟାରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ନୃତ୍ୟରେ ପ୍ରଥମ ସ୍ଥାନ – ଆର୍ଯ୍ୟାନ୍‌ ଜୈଶ୍ୱାଲ୍‌, ଦ୍ୱିତୀୟ – ଶ୍ୱେତା ଚାଟାର୍ଜୀ ଏବଂ ତୃତୀୟ ସ୍ଥାନରେ ଅଞ୍ଜଳି ଭିମ୍ରଜ୍‌ ଅଳଙ୍କୃତ ହୋଇଥିଲେ । ସେହିପରି ସଂଗୀତ ପ୍ରତିଯୋଗୀତାରେ ପ୍ରଥମ – ଶ୍ରବଣ ରାଉତ୍‌, ଦ୍ୱିତୀୟ – ଦିବ୍ୟଲୋଚନ ସାହୁ ଓ ତୃତୀୟ ସ୍ଥାନରେ ଅମନ୍‌ କୁଜୁର୍‌ କୃତି ହୋଇଥିଲେ । ଏଥିରେ ବିଚାରକ ଭାବେ ଡ଼ଃ ପ୍ରଦୋଷ ଆଚାର୍ଯ୍ୟ ଓ ଡ଼ଃ ଅନନ୍ତ ପ୍ରସାଦ ଚକ୍ରବର୍ତ୍ତୀ ଯୋଗଦେଇଥିଲେ । ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡ଼ଃ ପ୍ରିୟବ୍ରତ ପଣ୍ଡା, ଅଧ୍ୟାପକ ଡ଼ଃ ଜ୍ଞାନ ରଞ୍ଜନ ବଳ ଓ ଅଧ୍ୟାପକ ସୁବାଷ ଝାଙ୍କର, ଅଧ୍ୟାପିକା ସରୋଜା ମେହେର, ଏ.ପି. ସିଂହ, ବିକାଶ ବୁଟୁ, କ୍ଷୀରୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆକାଶ, ଆୟୁଷ, ସତ୍ୟବ୍ରତ, ଫରାଜ, ପ୍ରତୀକ, ଅଭିଜିତ୍‌, ରୋହିତ, କୃପା, ସମୀର ଓ ଆୟୁଷ ସହଯୋଗ କରିଥିଲେ । ଶେଷରେ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଏବଂ ଉପକୁଳସଚିବ ଓ ନିମନ୍ତ୍ରିତ ଅତିଥିମାନେ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ । ସଭା ଶେଷରେ ଡ଼ଃ ଜ୍ଞାନ ରଞ୍ଜନ ବଳ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 16 =