କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ: ଅଶୋକ ସଭାପତି, ଅସିତ ସମ୍ପାଦକ

0 207

ଫୁଲବାଣୀ/ବାଲିଗୁଡା : ରବିବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସମ୍ପାଦକ ଅଶୋକ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ସମ୍ପାଦକ ଇଂ. ହରି ଶଙ୍କର ରାଉତ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ବରିଷ୍ଠ କଳାକାର ପ୍ରଶାନ୍ତ କୁମାର ନାୟକ, ଫିରିଙ୍ଗିଆ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢୀ, ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସିଂଙ୍କ ସମେତ ୟୁନିୟନର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ସମ୍ପାଦକ ଅଶୋକ ନନ୍ଦ ନିର୍ବାହ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ନୂତନ ସଭାପତି ଭାବେ ଅଶୋକ ମହାନ୍ତି, ସାଧାରଣ ସମ୍ପାଦକ ଭାବେ ଅଶିତ ବେହେରା, କାର୍ଯ୍ୟକାରି ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ଭାବେ ପ୍ରଦୀପ କୁମାର ବେହେରା, ପ୍ରବୀଣ କୁମାର ପଟ୍ଟନାୟକ, ଉତ୍ତମ ଖମାରୀ, ସହ ସମ୍ପାଦକ ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅଜିତ କୁମାର ନାୟକ, ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ଭାବେ ଭଗବତ ପ୍ରସାଦ ସାବତ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଅନନ୍ତ କୁମାର ଦିଗାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ କିଶୋର ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ର ଚରଣ ମାନସେଠ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆଦିତ୍ୟ ପ୍ରସାଦ ପାଢ଼ୀ, ଅରୁଣ କୁମାର ସାହୁ, ମନୋଜ କୁମାର ଗୌଡ଼, ସୁବ୍ରତ ମହାନ୍ତି, ଦୀପକ କୁମାର ପରସେଠ, ମକର ଧ୍ୱଜ ନାୟକ, ହୁରଞ୍ଜନ ସେଠୀ, ସଂଗଠନ ସମ୍ପାଦକ ଭାବେ ଭି ଲୋକନାଥ ରାଜୁ, ସୋସିଆଲ ମିଡ଼ିଆ ସମ୍ପାଦକ ଗୋଲକ ବିହାରୀ କହଁର , ଉପଦେଷ୍ଟା ଭାବେ ମହାଦେବ ସାହୁ,ଶରତ ଚନ୍ଦ୍ର ମିଶ୍ର, ବ୍ରଜ ମୋହନ ନାୟକ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ସାମ୍ବାଦିକ ୟୁନିୟନ ସଦସ୍ୟ ଏବଂ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =