ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍କକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ ପାଟଣାଗଡ଼ ଅଞ୍ଚଳର ସମସ୍ତ ପଞ୍ଚାୟତର କର୍ମକର୍ତ୍ତାଙ୍କ ସହ ଯୁବକମାନେ ଯୋଗଦାନ କରିଥିଲେ । ଆଗାମି ଦିନରେ ସହ ବ୍ଲକ ସଂଘ ଗୁଡିକ ସୁଦୃଢ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସମାଜକୁ ସୁଦୃଢ, ଶୃଙ୍ଖଳିତ ଓ ପରିମାର୍ଜିତ କରିବା ସକାଶେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ହଳଦିଆ ତୈଳିକ ସମାଜର ସାମଗ୍ରିକ ବିକାଶ, ଶିକ୍ଷା, ସ୍ୱାସ୍ୟ ନିଶା ନିବାରଣ ଶୃଙ୍ଖଳିତ ସମାଜ ଗଠନ ପାଇଁ ଯୁବ ଶକ୍ତିର ଆବଶ୍ୟକ ରହିଛି । ଏଣୁ ଯୁବ ପିଢିକୁ ସମାଜ ସେବାରେ ନିଜକୁ ସମର୍ପିତ ହେବାକୁ ବୈଠକରେ ଆହ୍ୱାନ କରାଯାଇଥିଲା । ପରିଶେଷରେ ସର୍ବସମ୍ମତି କ୍ରମେ ସମାଜ ଯୁବକମାନଙ୍କୁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହଳଦିଆ ତେଳି ଜୁଆନ କୁଟୁମ ନାମରେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ କ୍ଷୀରୋଦ୍ର ସାହୁ , ଉପ-ସଭାପତି ରୋସନ ସାହୁ , ସଂପାଦକ ପ୍ରଫୁଲ୍ଲ ସାହୁ , ସହ-ସମ୍ପାଦକ ଦେବାଶିଷ ସାହୁ , କୋଷାଧ୍ୟକ୍ଷ ନାରାୟଣ ସାହୁ ପ୍ରମୁଖ ମନୋନୀତ ହୋଇ ଥିବା ବେଳେ ପରିଚନା କମିଟିର ସଂଯୋଜକ ରୁଦ୍ରଦତ୍ତ ସାହୁ , ଯୁଗ୍ମ ସଂଯୋଜକ ଚିନ୍ତାମଣି ସାହୁ ମନୋନୀତ ହୋଇଥିଲେ । ଉପଦେଷ୍ଟା ସଭ୍ୟ ଦୁଃଖନାଶନ ସାହୁ, ରଞ୍ଜିତସାହୁ, ଅଭିମନ୍ୟୁ ସାହୁ, ପ୍ରଦିପସାହୁ , ଆଶିଷ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି । ଅଞ୍ଚଳର ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ଯୋଗଦେଇ ଥିବା ବେଳେ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।