ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

0 48

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଜଣେ ଯୁବକ ବାର୍‌ହା ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଯୁବକ ଯୁବରାଜ ଚିନ୍ଦା (୪୫) ବାର୍‌ହା ଆକ୍ରମଣରେ ଗୁରୁତର
ହୋଇଥିବା ଜଣାପଡିଛି । ଯୁବକ ଜଣକ ସନ୍ଧ୍ୟା ୬ ଘଂଟା ସମୟରେ ସ୍ଥାନୀୟ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ହଠାତ ଏକ ବାରହା ଆକ୍ରମଣ କରିଥିଲା । ଆକ୍ରମଣ ପରେ ଯୁବକ ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଧାଇଁ ଆସି ଉଦ୍ଧାର କରିଥିବା ବେଳେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଯୁବକ ଜଣକଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଏନେଇ ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଥିବା ବେଳେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ସିନାପାଲି ବନାଂଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − ten =