ଜିଲ୍ଲା ସ୍ତରୀୟ ମଣ୍ଡେଇ କବିତା ପାଠୋତ୍ସବ

0 130

ନବରଙ୍ଗପୁର:- ମଣ୍ଡେଇ ୨୦୨୩ ପାଳନ ପରିପ୍ରେକ୍ଷୀରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । କବିତା ପାଠୋତ୍ସବ ଓ ସ୍ମରଣିକା କମିଟି ଅଧ୍ୟକ୍ଷ ବିଜୟ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ । ବରଣ୍ୟ ଅତିଥି ଭାବେ କମିଟିର ଉପଦେଷ୍ଟା ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଆଶୁତୋଷ ପାତ୍ର, ଅଶ୍ୱିନୀ କୁମାର ମାଝୀ, ସୁବ୍ରତ ବେହେରା ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ କବିତା ପାଠୋତ୍ସବ ପରିଚାଳନା କରିଥିବା ବେଳେ ସାଇକେର ଏଜୁକେଶନ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ୧୦ ଗୋଟି ବ୍ଲକ ଓ ଦୁଇଟି ପୌର ପାଳିକାରୁ ଶତାଧିକ କବି ଓ କବୟତ୍ରି ମାନେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ଉତ୍ସସ୍ୱୀତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ କବି ଓ କବୟତ୍ରୀ ମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସ୍ୱର୍ଣ୍ଣଲତା ପଟ୍ଟନାୟକ, ଜେମା ମଣି ବିଷୋୟୀ,ବନ୍ଦିତା କର, ଜାହ୍ନବୀ ପଣ୍ଡା, ନମିତା ଘଡେ଼ଇ, ସ୍ୱପ୍ନା ମହାନ୍ତି ଓ ସୁଶୋଭିତା ମେରିଲିନ ତୁରୁକୁ ସଂଯୋଜନା କରିଥିଲେ । ଚଳିତ ବର୍ଷ କବିତା ପାଠୋତ୍ସବରେ ନାବାଳକ ଓ ନବାଗତ ଯୁବ କବି ମାନେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଅଂଶ ଗ୍ରହଣ କାରି କବି ଓ କବିୟୋତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ମୁନ୍ନା ତ୍ରିପାଠୀ, ଡ଼ଃ. ବିଜୟ ମିଶ୍ର ଧରିତ୍ରୀ ପୁଜାରୀ, କିଶୋର ପଟ୍ଟନାୟକ, ଦୁର୍ଗା ପ୍ରସାଦ ପାଢୀ, ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 1 =