ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0 61

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣାଠାରେ ପାଳିତ ହୋଇଯାଇଛି ।ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଭିନ୍ନକ୍ଷମ ମାନଙ୍କ ଏକ ବିରାଟ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଯାଇଥିଲା । ଶୋଭାଯାତ୍ରା ସେଠାରେ ପହଂଚିବା ପରେ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରଞ୍ଜନ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମ୍ପାଦକ ଶୁଭ ଗୌତମ ମିଶ୍ର ସ୍ୱତନ୍ତ୍ର ଅତିଥି, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ବିଶି, ଜିଲ୍ଲା ପାରିଷଦ ସଭ୍ୟ ତଥା ଭିନ୍ନକ୍ଷମ ମଞ୍ଚର ମୁଖ୍ୟ ସୁରେଶ ଚୌଧୁରୀ ଓ ଭିନ୍ନକ୍ଷମ ଫେଡେରେସନର ମୁଖ୍ୟ ହେମନ୍ତ ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ । ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସଭାପତିତ୍ୱ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ୧୪ ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ସହ ୨୪ ଜଣ ଭିନ୍ନକ୍ଷମଙ୍କୁ ଆତ୍ମ ନିଯୁକ୍ତି ସହାୟକ ଉପକରଣ ମାନ ବଣ୍ଟନ, ଭିନ୍ନକ୍ଷମ ମାନଙ୍କୁ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ,ହୁଇଲ ଚେୟାର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଭିନ୍ନକ୍ଷମ ସଶକ୍ତିକରଣରେ ସକ୍ରିୟ ସହଯୋଗ କରୁଥିବା ୩ ଜଣ ସୁରେଶ ଚୌଧୁରୀ, ହେମନ୍ତ ତାଣ୍ଡି ଓ ଡୋଳାମଣି ପ୍ରଧାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 2 =