ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ

0 100

ପୁରୀ : ଶ୍ରୀ ମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିର ଭିତରେ ମା ଲକ୍ଷ୍ମୀଙ୍କ ଦର୍ଶନ କରୁଥିବା ବେଳେ ଅଚେତ୍‌ ହୋଇପଡିଲେ ଭକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଭକ୍ତ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ପାଖି ଦିବାକାର । ଆଜି ପାଖି ନିଜ ପରିବାର ସହ ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ଦର୍ଶନରେ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରି ସେ ଆତ୍ମବିଭୋର ହୋଇପଡିଥିବା ବେଳେ ପରେ ମା ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ହଠାତ୍‌ ଟଳିପଡିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ।

hiranchal ad1
Leave A Reply

Your email address will not be published.

16 + five =