୨୩ ଯାଏଁ କୋର୍ଟ ପରିସରରେ ବଳବତ୍ତର ରହିବ ୧୪୪ ଧାରା

0 55

ସମ୍ବଲପୁର : ନିଳମ୍ବିତ ଓକିଲଙ୍କ ମଧ୍ୟରୁ ଅଧିକାଂଶଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସୁଦ୍ଧା ସମ୍ବଲପୁର ଜିଲ୍ଲା ଅଦାଲତରେ ଏପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିଛି । ସେପଟେ ଜିଲ୍ଲା ଅଦାଲତ ପରିସରର ଚାରିଆଡେ ୨୦୦ ମିଟର ପର୍ଯ୍ୟନ୍ତ ଜାରି ରହିଥିବା ଧାରା ୧୪୪ ଇତିମଧ୍ୟରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଆସିଛି, ଯାହାକି ଅଦାଲତ କାର୍ଯ୍ୟ ପଦ୍ଧତି ସ୍ୱାଭାବିକ ହେବାରେ ଏକ ଗତିରୋଧ ବୋଲି ଜଣେ ଓକିଲ କହିଛନ୍ତି । ଗତ ୧୨ ଡିସେମ୍ବର ସନ୍ଧ୍ୟାରୁ ପର୍ଯ୍ୟାୟ କ୍ରମେ ଗିରଫ ହୋଇଥିବା ୨୮ ଜଣ ଓକିଲଙ୍କ ଜାମିନ ଆବେଦନ ଉପରେ ଆଗାମୀ କାଲି ଗୁରୁବାର ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ସେଠାକାର ସୂତ୍ରରୁ ପ୍ରକାଶ । ସେମାନଙ୍କ ଜାମିନ ସମ୍ବନ୍ଧରେ ଓକିଲଙ୍କ ପକ୍ଷ ରଖିବା ପାଇଁ ଆଖପାଖ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଓକିଲମାନେ ଆଜି ମଧ୍ୟ ଓକିଲ ସଂଘରେ ଉପସ୍ଥିତ ରହି କିଛି ସ୍ଥାନୀୟ ଓକିଲଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଜିଲ୍ଲା ଅଦାଲତରେ ଆସନ୍ତାକାଲି ଜାମିନ ମାମଲାର ଶୁଣାଣି ପୂର୍ବରୁ ଆଉ କିଛି ଓକିଲ ଆତ୍ମ ସମର୍ପଣ କରିପାରନ୍ତି, କାରଣ ସେମାନଙ୍କ ବିରୁଦ୍ଧରେ ଗିରଫ ପରୱାନା ରହିଛି ଓ ଆଉ ଅଧିକ ଦିନ ପର୍ଯ୍ୟନ୍ତ ଲୁଚି ରହିଲେ ସେମାନଙ୍କୁ ଜାମିନ ମିଳିବାରେ ବିଳମ୍ବ ହେବାର ଆଶଂକା ରହିଛି ।

hiranchal ad1
Leave A Reply

Your email address will not be published.

11 − five =