ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କ ବିଭିନ୍ନ ଦୋକାନ ଯାଞ୍ଚ

0 73

ଘୁ ଉଦୟଗିରି: ସ୍ଥାନୀୟ ସହରରେ ଜିଲ୍ଲା ଖାଦ୍ୟ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ସତ୍ୟବ୍ରତ ସେଣ୍ଡଙ୍କ ନେତୃତ୍ୱରେ ଘୁ ଉଦୟଗିରି ସହରର ବିଭିନ୍ନ ଖାଦ୍ୟ ଦୋକାନ ଓ ହୋଟେଲ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ଯାଞ୍ଚ ସମୟରେ ବନ୍ଧ ଛକ ନିକଟରେ ରହିଥିବା ଦୋକାନ ଓ ହୋଟେଲମାନଙ୍କରେ ଯାଞ୍ଚ ହୋଇଥିଲା । ଯାଞ୍ଚ ବେଳେ ଅନେକ ଦୋକାନଠାରୁ ଥଣ୍ଡା ପାନୀୟ ଜଳ, ଶୁଖିଲା ଖାଦ୍ୟ, ଦହି, ପାଣିର, ରନ୍ଧା ଖାଦ୍ୟ ପରଖିବା ସହିତ ସ୍ୱଚ୍ଛତା ଉପରେ ତାଗିତ କରିଥିଲେ । ଅନେକ ଦୋକାନ ଠାରୁ ଏକ୍ସପାଏର ଖାଦ୍ୟ ପାଇଥିଲେ ଓ ସେଗୁଡ଼ିକୁ ନଷ୍ଟ କରାଯାଇଥିଲା । ସେହିପରି ବନ୍ଧ ଛକରେ ଥିବା ରୁଟି ଫେକ୍ଟ୍ରିରେ ମଧ୍ୟ ଯାଞ୍ଚ ହୋଇଥିଲା,ସେଠାରେ କୌଣସି ଖାଦ୍ୟ ପଦାର୍ଥରେ ବା ଯେତେ ପ୍ରକାର ରୁଟି, କେକ ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି ସେଗୁଡ଼ିକର କୌଣସି ମେନୁଫେକ୍‌ଚର କିମ୍ବା ଏକ୍ସପାଏର ତାରିଖ ନଥିବା ବେଳେ କେବେ ତିଆରି ହୋଇଛି ଓ ଏହା କେତେ ଦିନ ପର୍ଯ୍ୟନ୍ତ ଖାଇବା ପ୍ରଯୁଜ୍ୟ ତାହା ଲେଖା ହେଉ ନ ଥିବା ଯୋଗୁଁ ତାଗିଦ୍‌ କରିବା ସହିତ ସଫା ସୁତୁରା ନଥିବା ଯୋଗୁଁ ତାଗିଦ୍‌ କରିବା ସହ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ । ଗାନ୍ଧୀ ଛକର ରହିଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଖାଦ୍ୟପେୟ ଯାଞ୍ଚ କରିବା ସହିତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଯାଞ୍ଚ କରିଥିଲେ । ଅନେକ ସ୍ଥାନରେ ଖାଦ୍ୟ ଖରାପ ଥିବା ଓ ବାସୀ କଞ୍ଚା ଖାଦ୍ୟ ଥିବା ବେଳେ ସେହି ଖାଦ୍ୟ ନଷ୍ଟ କରିବାକୁ କହିଥିଲେ । ବିଭିନ୍ନ ହୋଟେଲ ମାନଙ୍କରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ ଓ ଚତୁପାଶ୍ୱର୍ ସଫା ନଥିବା ବେଳେ ପରିଷ୍କାର ରଖିବା ପାଇଁ ପରାମର୍ଶ ଦେବା ସହିତ ତାଗିଦ୍‌ କରିଥିଲେ । ବିଭିନ୍ନ ଦୋକାନରୁ ଏକ୍ସପାଏର ହୋଇଥିବା କୁରକୁରେ, ଲେସ, ମିକ୍ସଚର୍‌,ବିସ୍କୁଟ,ସମେତ ମାଜା, ପେପ୍ସି, କେନ୍‌, ଭଳି ଥଣ୍ଡା ପାନୀୟ ଜଳ ମଧ୍ୟ ନଷ୍ଟ କରିଥିଲେ । ଯେଉଁ ମାନଙ୍କର ଲାଇସେନ୍ସ ନାହିଁ ତୁରନ୍ତ ଲାଇସେନ୍ସ କରିବା ପାଇ କହିଥିଲେ । ଜିଲ୍ଲା ଅଧିକାରୀ ଓ ଟିମ୍‌ ହଠାତ୍‌ ସ୍ଥାନୀୟ ସହର ଗସ୍ତ କରି ସ୍ଥାନୀୟ ଥାନା ଏଏସଆଇ ଏଲ ଡି ନାୟକ ଓ ତାଙ୍କ ଦଳର ମିଳିତ ଉଦ୍ୟମରେ ଆଜି ବିଭିନ୍ନ ଦୋକାନ ମାନଙ୍କରେ ଚଢାଉ ସହିତ ଯାଞ୍ଚ କରିଥିଲେ । ସ୍ଥାନୀୟ ସହରରେ ଆଜି ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ଗୁଡ଼ିକ ଯାଞ୍ଚ କରି ତାଗିଦ୍‌ କରାଯାଉଛି ଓ ଆସନ୍ତା ଦିନମାନଙ୍କରେ ଯାଞ୍ଚ ବେଳେ ଅନିୟମିତତା ଦେଖାଗଲେ ଫାଇନ ସହିତ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଜିଲ୍ଲା ଖଦ୍ୟ ଓ ସୁରକ୍ଷା ଅଧିକାରି କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =