ଭିଜିଲାନ୍ସ ଜାଲରେ ବେଲପଡା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

0 311

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ତହସିଲର ବରିଷ୍ଠ କିରାଣି ଯୁଗଳ କିଶୋର ରାଉତ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ସୂଚନାମତେ ବେଲପଡା ବ୍ଳକ ଅନ୍ତର୍ଗତ ସାତଚୁଆ ଗ୍ରାମର ଅର୍ଜୁନ ଶବରଙ୍କ ଠାରୁ ବେଲପଡା ତହସିଲର ବରିଷ୍ଠ କିରାଣୀ ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ କାବୁ କରିଛି । ଅର୍ଜୁନ ଶବର ତାଙ୍କ ଏକ ଜମିକୁ ଭାଗବଣ୍ଟା କରିବା ପାଇଁ ଦୀର୍ଘ ଦିନରୁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ କୌଣସି ସୁଫଳ ମିଲିନଥିଲା । ଏହି ଜମିକୁ ଭାଗବଣ୍ଟା ବାବଦକୁ ବରିଷ୍ଠ କିରାଣୀ ଶ୍ରୀ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ଅର୍ଜୁନ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ପୂର୍ବପ୍ରସ୍ତୁତ ମୁତାବକ ଆଜି ସକାଳ ପ୍ରାୟ ୯ ସମୟରେ ପାଟଣାଗଡ ଗଙ୍ଗାଧର ପାର୍କ ନିକଟରେ ଅର୍ଜୁନଙ୍କଠାରୁ ୧୫ ହଜାର ଟଙ୍କା ବରିଷ୍ଠ କିରାଣୀ ଶ୍ରୀ ରାଉତ ଲାଞ୍ଚ ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ । ତାଙ୍କୁ କାବୁ କରି ତାଙ୍କ ବାସଭବନକୁ ଚଢ଼ାଉ କରିଛି । ଏହାପରେ କିରାଣୀ ଶ୍ରୀ ରାଉତଙ୍କୁ ସେଠାରୁ ସାଢେ ୧୦ ଟାରେ ବେଲପଡା ତହସିଲ କାର୍ଯ୍ୟାଳୟକୁ ଆଣି କାଗଜପତ୍ର ଯାଞ୍ଚ କରିଥିଲେ । ତାପରେ ପୁଣି ତାଙ୍କୁ ଭିଜିଲାନ୍ସ ଟିମ ବଲାଙ୍ଗୀରକୁ ନେଇଥିବା ଜଣାପଡିଛି । ଶ୍ରୀ ରାଉତଙ୍କ ପାଟଣାଗଡ ବାସଭବନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

19 − two =