ଜିଲ୍ଲାର ଉନ୍ନୟନ ପାଇଁ ସରକାରଙ୍କଠାରେ ଚାପ ପ୍ରୟୋଗ ପାଇଁ ପବିତ୍ର ରାମ ନବମୀରେ ସଂକଳ୍ପ ନେଲା ସଚେତନ ନାଗରିକ ମଞ୍ଚ

0 100

ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପବିତ୍ର ରାମନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ତାଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା ।
ଆଜିର ବୈଠକରେ ରେଳପଥ, ରିଙ୍ଗରୋଡ,ଜିଲ୍ଲାର ପର୍ଯ୍ୟଟନ ଚିତ୍ରପଟର ବିକାଶ ଓ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ୍‌ ସହରଭାବେ ଘୋଷଣା କରିବା ନେଇ ସବିଶେଷ ଆଲୋଚନା ହୋଇ ଖୋର୍ଦ୍ଧା -ବଲାଙ୍ଗିର ରେଳପଥର କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା ।
ଦ୍ୱିତୀୟ ରେଳପଥ ନିର୍ମାଣ ସମ୍ବଲପୁର-ଗୋପାଳପୁର ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଉତ୍ତର ମିଳୁନଥିବାର କଥା ବୈଠକରେ ସଭାପତି କହିଥିଲେ । ସେଥିପାଇଁ ଏକ ଆନ୍ଦୋଳନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେବାପାଇଁ ମତ ରଖିବାସହ ସରକାରଙ୍କ ଏପରି ବିତସ୍ପୃହ ମନୋବୃତ୍ତିକୁ ସମାଲୋଚନା କରଥିଲେ ।
ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ଦେବାଦେବୀ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିବା ଦେଖିବାକୁ ମିଳୁଛି ହେଲେ ଜିଲ୍ଲାର କୋଣସି ଗୋଟାଏ ଦେବା ଦେବୀ ମନ୍ଦିର ଏଥିରେ ସ୍ଥାନ ନପାଇବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଥିଲା । ସେଥିପାଇଁ ସରକାରଙ୍କୁ ପାତାଳି ଶ୍ରୀକ୍ଷେତ୍ର ରେ ମନ୍ଦିର ନିର୍ମାଣ ସହ ରୋପୱେ ଓ ମାତା ସୁରେଶ୍ୱରୀ ମନ୍ଦିରର ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ନିବେଦନ କରାଯାଇ ଏକ ପ୍ରସ୍ତାବ ପାରିତ ହୋଇଥିଲା ।
ଏହା ସହ ପବିତ୍ର ଦେବଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜ ପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା । ଜିଲ୍ଲାର ସଦର ମହକୁମାଠାରେ ଚାଲୁ ରହିଥିବା ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟ ର ଅଗ୍ରଗତି ବିଷୟରେ ମଧ୍ୟ ଆଲୋଚନା ହେଲା ।
ଏଥିପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ବିଷୟ ସବୁକୁ ଗୁରୁତ୍ୱ ପ୍ରଦାନ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍‌ ବୋଲି ମତପ୍ରକାଶ ପାଇଥିଲା । ଯଦ୍ୱାରା ଜିଲ୍ଲାର ପ୍ରକୃତ ବିକାଶ ସହ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହିତ ବେକାରୀ ଦୂରୀକରଣ ସମ୍ଭବ ବୋଲି ମଧ୍ୟ ଏକ ପ୍ରସ୍ତାବ ଅନୁମୋଦନ କରାଗଲା ।
ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଦୁଃଖିରାମ ନାୟକ, ମହେଶ ପୂଜାହାରୀ, ବାଙ୍କାନିଧି ରାୟଗୁରୁ, ଭିକାରୀ ପୃଷ୍ଟି ,ସୂର୍ଯ୍ୟ ନାରାୟଣ ଦାସ, ନବଘନ ସାଣ୍ଢ,ଶୁଭ୍ରାଂଶୁ ଶେଖର ପଣ୍ଡା ଓ ଶିବରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ବାଙ୍କାନିଧି ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 5 =