ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପୋଲିସ ଲାଇନ ହାଇସ୍କୁଲ ଠାରେ ଚଢ଼ାଉକରି ବିଜୟ ପ୍ରଧାନଙ୍କୁ ଗିରଫ କରିଛନ୍ତି । ଯାହାଙ୍କର ବୟସ -୩୩ ବର୍ଷ ଏବଂ ଘର ମାର୍କଣ୍ଡେଶ୍ୱର ସାହି ବୋଲି ଜଣାପଡିଛି । ତାଙ୍କ ଠାରୁ ୬୭ ଗ୍ରାମ ହିରୋଇନ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନଂ -୩୦୫/୨୨-୨୩ ମାମଲା ରୁଜୁ କରାଜାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୬,୭୦,୦୦୦/- ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏଏସ୍ଆଇ ସନ୍ତୋଷ ନାୟକ କର୍ମଚାରୀ ପ୍ରଦୀପ୍ତ କୁମାର ପଣ୍ଡା, ଆଲୋକ କୁମାର ଦାସ, ବିଶ୍ୱଜିତ ମହାପାତ୍ର, ଜଗନ୍ନାଥ ଦାସ ପ୍ରମୁଖ ସାମିଲ ଥିଲେ ।