ବଲାଙ୍ଗୀର: ଜ୍ୱାଇଁ ଓ ଶାଶୁ ଘରଲୋକ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦେବ ପଧାନ । ଅଭିଯୋଗ ଅନୁସାରେ,ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗ୍ରାମର ଦେବଙ୍କ ଝିଅ ରୁକୁଣୀ ଏପ୍ରିଲ ୨୦୨୧ରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମର ରଞ୍ଜନ ସାହୁଙ୍କୁ ବିବାହ କରିଥିଲେ । ପଲସର ଗାଡି ଓ ଅନ୍ୟାନ୍ୟ ଯୌତୁକ ପାଇଁ ଜ୍ୱାଇଁ ଓ ତାଙ୍କ ପରିବାର ନିର୍ଯାତନା ଦେଉଥିଲେ । ଗତ ରାତିରେ ଝିଅ ଗୁରୁତର ବୋଲି ଫୋନ କରିଥିଲେ । କିନ୍ତୁ ଝିଅର ମୃତ୍ୟୁ ହୋଇସାରିଥିଲା ଓ ଦେହରେ ମାଡ ଦାଗ ଥିବା ସେ କହିଛନ୍ତି । ଶାଶୁଘର ପରିବାର ଲୋକ ତାକୁ ମାରି ଦେଇ ଅନ୍ୟ ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ଠାରେ ବ୍ୟବଚ୍ଛେଦ ପାଇଁ ଶବ ରଖାଯାଇଛି । ତରଭା ଥାନାରେ ମୃତକ ବାପାଙ୍କ ତରଫରୁ ମାମଲା ଦାୟର କରାଯାଇଛି ।