ଗାଁକୁ ପଶିଲା କରୋନା, ସଟ୍‌ଡାଉନ ହେଲା ଆକ୍ରାନ୍ତଙ୍କ ଗାଁ

0 3,646

ବୌଦ୍ଧ:ବୌଦ୍ଧଜିଲ୍ଲାରେ ପୂର୍ବରୁ ବାହାରିଥିବା ୩୪ଗୋଟି କରୋନା ପଜିଟିଭ କେବଳ ସଙ୍ଗରୋଧ କେନ୍ଦ୍ରରୁ ହିଁ ହୋଇଥିଲା । ପ୍ରବାସୀ ଶ୍ରମିକ ହିଁ ହୋଇଥିଲେ ଆକ୍ରାନ୍ତ । ଏବେ ପ୍ରଶାସନ ଓ ଜନସାଧାରଣଙ୍କ ଚିନ୍ତା ବଢାଇଛି ୩୫ ନମ୍ବର ପଜିଟିଭ । ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଏହି ୪୫ ବର୍ଷୀୟା ମହିଳା କେଉଁଆଡେ ବାହାରକୁ ଯାଇନଥିବା ବେଳେ ତାଙ୍କଠାରୁ କରୋନା ଭୂତାଣୁ ବାହାରିବା ନିହାତି ଚିନ୍ତାର ବିଷୟ । ବିନା ସ୍ୱାବ ପରୀକ୍ଷାରେ ୭୦ ପ୍ରତିଶତ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଯେଉଁ ଛାଡି ଦିଆଗଲା ସେଥିମଧ୍ୟରୁ କେହି ପଜିଟିଭ ଥାଇ ତାଙ୍କଠାରୁ ସଂକ୍ରମିତ ହୋଇଛି ନା ନାହିଁ ସେକଥା ଜିଲ୍ଲାପ୍ରଶାସନ ପ୍ରଥମେ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।
୩୫ ନମ୍ବର ଆକ୍ରାନ୍ତ ଜଣେ ଗୃହିଣୀ । ମାସେରୁ ଅଧିକ ସମୟ ହେଲା ସେ ଜ୍ୱର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲେ । ଜହ୍ନାପଙ୍କ, ବୌଦ୍ଧ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଥିଲେ । ଦିନକୁ ଦିନ ଅବସ୍ଥା ଖରାପ ହେବାପରେ ପରିବାରଲୋକ ଭୁବନେଶ୍ୱର ଏମ୍‌ସକୁ ନେଇଥିଲେ । କରୋନାର ସମସ୍ତ ଲକ୍ଷଣ ସହ ମିଶୁଥିବାରୁ ତାଙ୍କର ସ୍ୱାବ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ମିଳିଥିଲା । ଏମସ କର୍ତ୍ତୃପକ୍ଷଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ ଜାଣିବାପରେ ବୌଦ୍ଧଜିଲ୍ଲା ପ୍ରଶାସନକୁ ଗତକାଲି ସନ୍ଧ୍ୟାରେ ଅବଗତ କରାଇଥିଲା । ଏହାପରେ ଜିଲ୍ଲାପାଳ, ସିଡିଏମଓ ଓ କୋଭିଡ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ କରୋନା ଆକ୍ରାନ୍ତଙ୍କ ଗାଁରେ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଲୋକଲଗାଇ ସେ ଗ୍ରାମକୁ ଯାଇଥିବା ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡ ଦେଇ ଅବରୋଧ କରାଇବାର ପ୍ରକ୍ରିୟା ସରପଞ୍ଚ ଆରମ୍ଭ କରିଥିଲେ । ଆଜିଠାରୁ ସେହି ଅଞ୍ଚଳକୁ ସଟ୍‌ଡାଉନ କରାଯାଇଛି । ସେହି ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ଓ ଗ୍ରାମବାସୀ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି ।
ଲକଡାଉନ ଚାଲିଥିବାବେଳେ ଜଣେ ମହିଳା ମାସେରୁ ଅଧିକ ସମୟଧରି ଅସୁସ୍ଥ ହେବାସହ କରୋନାର ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ଚିକିତ୍ସା କରିଥିବା ଜହ୍ନାପଙ୍କ ଓ ବୌଦ୍ଧର ଡାକ୍ତରମାନେ କେମିତି କିଛି ଜାଣିପାରିଲେ ନାହିଁ ସେହି ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି । ଗାଁରୁ କରୋନା ବାହାରିବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକରି ଲୋକେ ଭୟଭୀତ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nine − 3 =