ବିଜୟ ଖୁସିରେ ମତୁଆଲା ଅଷ୍ଟ୍ରେଲିଆ ଖେଳାଳି, ଜୋତାରେ ପିଇଲେ ବିୟର

0 126

ଦୁବାଇ : ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ର୍ଟ୍ରେଲିଆ କ୍ରିକେଟ୍‌ ଦଳ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟି -୨୦ ବିଶ୍ୱ ୨୦୨୧ ଟ୍ରଫି ଜିତିଛି । ଅଷ୍ର୍ଟ୍ରେଲିଆ ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ଜିତିଛି ।
ଏହି ଐତିହାସିକ ବିଜୟ ପରେ ଅଷ୍ର୍ଟ୍ରେଲୀୟ ଖେଳାଳିମାନେ ଅଭିନବ ଉପାୟରେ ବିଜୟର ଖୁସି ମନାଇଛନ୍ତି । ଦଳର ଖେଳାଳି ମାଥ୍ୟୁ ୱେଡ, ଷ୍ଟୋଇନିସ ଏବଂ ଅଧିନାୟକ ଆରୋନ ଫିଞ୍ଚଙ୍କୁ ଭିନ୍ନ ଢଙ୍ଗରେ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଥିଲା । ଆଇସିସି ସୋମବାର (ନଭେମ୍ବର ୧୫) ସକାଳେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ୱେଡ ଏବଂ ଷ୍ଟୋଇନିସ୍‌ ଜୋତା ସାହାଯ୍ୟରେ ବିୟର ପିଉଥିବାର ନଜର ଆସିଛନ୍ତି । ଏହା ପରେ କ୍ୟାପଟେନ ଫିଞ୍ଚ ଉଭୟଙ୍କ ସହ ସାମିଲ ହୋଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

12 + seven =