ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା,ସହାୟତା ରାଶି ଘୋଷଣା

0 78

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଗାତରେ ଜମିଥିବା ପାଣିରେ ବୁଡ଼ି ଗତକାଲି ୪ ଶିଶୁ ଆଖି ବୁଜିଥିଲେ। ଏହି ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ  କମ୍ପାନୀ ତଥା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି ସହାୟତା ରାଶି।

hiring

ସଂପୃକ୍ତ କମ୍ପାନି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।  ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

ରାସ୍ତା ତିଆରି ପାଇଁ ମାଟି ଉଠାଇବା ପରେ ସେଠାରେ ହୋଇଥିବା ପାଣିଭର୍ତ୍ତି ଖାଲରେ ପଡ଼ି ଗତକାଲି ୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକଙ୍କ ବୟସ ୫ରୁ ୭ ବର୍ଷ । ୪ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳିକା ଥିଲେ ।

hiranchal ad1
Leave A Reply

Your email address will not be published.

3 × two =