ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ହେବ !

0 2,137

hiring

ବୌଦ୍ଧ ୬/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜଣାପଡିଛି l ଆଜି ବୌଦ୍ଧ ଏସ.ପି. ଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଥିବା ବିଜେପିର ନେତା ମାନଙ୍କ ସହ ଏକ ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସ.ପି. ରାଜ୍ୟ ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l ଫଳରେ କଣ୍ଟାମାଳ ଥାନା ଓ ବୌଦ୍ଧ ଏସ.ପି. ଅଫିସ୍ ଆଗରେ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ଧାରଣା ପ୍ରତ୍ୟହୃତ ହୋଇଛି | ମୃତ ଲୋକନାଥ ପ୍ରଧାନଙ୍କ ପିତା ଜଗଦୀଶ ପ୍ରଧାନ ଓ ପତ୍ନୀ ରୋହିଣୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରାଯିବା ଓ ବୌଦ୍ଧ ପୋଲିସ ବଦଳରେ କ୍ରାଇମବ୍ରାଂଚ କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ବିଜେପି ଦାବି କରିଥିଲା l

hiranchal ad1
Leave A Reply

Your email address will not be published.

two × 1 =